ETV Bharat / state

ଲୋକଙ୍କୁ ଠକୁଥିଲା ଫାଇନାନ୍ସ କମ୍ପାନୀ, ପୂର୍ବତନ ବ୍ରାଞ୍ଚ ମ୍ୟାନେଜରକୁ ବାନ୍ଧିଲା ପୋଲିସ - ବ୍ରାଞ୍ଚ ମ୍ୟାନେଜର ଗିରଫ

ଫାଇନାନ୍ସ କମ୍ପାନୀର ଦ୍ବାରା ଠକେଇର ଶିକାର ହେଲେ ୩୪ ଗ୍ରାହକ । ସାଢ଼େ ବାର ଲକ୍ଷ ଟଙ୍କା ଗ୍ରାହକଙ୍କ ଋଣ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଫାଇନାନ୍ସ କମ୍ପାନୀର ଦ୍ବାରା ଠକେଇର ଶିକାର ହେଲେ ଗ୍ରାହାକ

author img

By

Published : Apr 17, 2023, 7:06 AM IST

ଫାଇନାନ୍ସ କମ୍ପାନୀର ଦ୍ବାରା ଠକେଇର ଶିକାର ହେଲେ ଗ୍ରାହକ

ସୁବର୍ଣ୍ଣପୁର: ଫାଇନାନ୍ସ କମ୍ପାନୀର ଦ୍ବାରା ଠକେଇର ଶିକାର ହେଲେ ୩୪ ଗ୍ରାହକ । ଏପରି ଠକେଇ ମାମଲା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରୁ । ନ୍ୟୁ ଅପ୍ରଚ୍ୟୁନିଟି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଫାଇନାନ୍ସ କମ୍ପାନୀ ଏଭଳି ଠକେଇ କରୁଥିବା ଅଭିଯୋଗ ହୋଇଛି । ଏହି ଫାଇନାନ୍ସ କମ୍ପାନୀର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ବିଭୂ ରଞ୍ଜନ ଦେହୁରୀ ପ୍ରାୟ ସାଢ଼େ ବାର ଲକ୍ଷ ଟଙ୍କା ଗ୍ରାହକଙ୍କ ଋଣ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ତେବେ ବ୍ରାଞ୍ଚ ମ୍ୟାନେଜରକୁ ସଦର ଟାଉନ ଥାନା ପୋଲିସ ଗିରଫ କରିଛି । ଏହି କମ୍ପାନୀର ଏରିଆ ମ୍ୟାନେଜର ବିପିନ କୁମାର ସାହୁ ଏହି ଠକେଇ ସମ୍ପର୍କରେ ଗତ ମାର୍ଚ୍ଚ ତିନି ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିପିନଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଅରମ୍ଭ କରିଥିଲା । ତେବେ ତଦନ୍ତ ସମୟରେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ବିଭୂ ରଞ୍ଜନ ଗ୍ରାହକଙ୍କ ଟଙ୍କା ବାଟମାରଣା କରିଥିବା ପ୍ରମାଣ ପାଇଥିଲା ପୋଲିସ । ତେବେ ପୋଲିସ ବିଭିନ୍ନ ଯାଗାରେ ଚଢ଼ାଉ କରି ଜିଲ୍ଲାର ଅଇଁଲାଛାଟ ଅଞ୍ଚଳରୁ ବିଭୂ ରଞ୍ଜନକୁ ଗିରଫ କରିବାରେ ସଫଳ ହୋଇଛି । ଗତକାଲି ସଦର ପୋଲିସ ଅଭିଯୁକ୍ତ ବିଭୁ ରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଆୟୋଜିତ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: IPL 2023 MI vs KKR: ଆୟରଙ୍କ ଶତକ ସତ୍ତ୍ବେ ହାରିଲା କୋଲକାତା, ମୁମ୍ବାଇର ଦ୍ବିତୀୟ ବିଜୟ

ତେବେ ସୂଚନା ଅନୁଯାୟୀ, ମ୍ୟାନେଜର ବିଭୂ ରଞ୍ଜନ ଋଣ ନେଇଥିବା ଲୋକଙ୍କୁ ଅଧିକ ସୁଧ ଚାର୍ଜ କରି ଠକି ଆସୁଥିଲେ । ଏହାକୁ ନେଇ ଅଭିଯୋଗ କରିଥିଲେ ମଧ୍ୟ ମ୍ୟାନେଜର ଶୁଣୁ ନଥିଲେ । ଏରିଆ ମ୍ୟାନେଜର ବିପିନ କୁମାରର ଏହି ସମ୍ପର୍କରେ ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ଅନେକ ଫାଇନାନ୍ସ କମ୍ପାନୀର ଶାଖା ଜିଲ୍ଲାର ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ଖୋଲିଛି । ନିରୀହ ଲୋକଙ୍କ ପାଖରୁ ଆଧାର ପରିଚୟ ପତ୍ର, ଭୋଟର ପରିଚୟ ପତ୍ର, ଜମିବାଡ଼ି ସମ୍ପର୍କିତ କାଗଜପତ୍ର ତଥା ଫଟୋ ସହିତ ଆବଶ୍ୟକ ପ୍ରମାଣ ପତ୍ର ସଂଗ୍ରହ କରି ଋଣ ପ୍ରଦାନ କରୁଛନ୍ତି । ତେବେ ଅନେକ ଗ୍ରାହକ ଋଣ କାଗଜପତ୍ର ପଢି ପାରୁ ନଥିବାର ସୁଯୋଗ ନେଇ ଫାଇନାନ୍ସ କମ୍ପାନୀ ଗୁଡିକର କର୍ମଚାରୀମାନେ ଗ୍ରାହକ ମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.