ETV Bharat / state

ଖଳାରେ ପଡିରହିଛି ଧାନ, ଟୋକନ ପାଇଁ ହୋଇପାରୁନି ବିକ୍ରି - farmers

କନ୍ଦାଉଛି ଟୋକନ ବ୍ୟବସ୍ଥା। ଅମଳ କରି ଚାଷୀଖଳାରେ ଧାନ ଗଛିତ ରଖିଥିଲେ ସୁଦ୍ଧା କରିପାରୁନାହିଁ ବିକ୍ରି। ଏସବୁ ଅବ୍ୟବସ୍ଥା ମୂଳରେ ସରକାର ଲାଗୁକରିଥିବା ଟୋକନ ବ୍ୟବସ୍ଥା ହିଁ ପ୍ରମୁଖ କାରଣ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଚାଷୀ।

ଟୋକନ ପାଇଁ ହୋଇ ପାରୁନାହିଁ ବିକ୍ରି
ଟୋକନ ପାଇଁ ହୋଇ ପାରୁନାହିଁ ବିକ୍ରି
author img

By

Published : Dec 9, 2019, 11:54 PM IST

ସୁବର୍ଣ୍ଣପୁର: ଧାନ ଅମଳ ସରଥିଲେ ସୁଦ୍ଧା ଏବେବି ଖଳାରେ ପଡ଼ି ରହିଛି। ହେଲେ ଏବେବି ଖରିଫ ଋତୁ ଧାନ ବିକ୍ରି କରିପାରୁନି ଚାଷୀ। ଧାନବିକ୍ରି କରିନଥିବାରୁ ରବି ଋତୁ ପାଇଁ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରୁନାହିଁ। ଯାହାକୁ ନେଇ ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ। ଏସବୁ ଅବ୍ୟବସ୍ଥାର ମୂଳରେ ସରକାର ଲାଗୁକରିଥିବା ଟୋକନ ବ୍ୟବସ୍ଥା ହିଁ ପ୍ରମୁଖ କାରଣ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଚାଷୀ । ପ୍ରଚଳିତ ଟୋକାନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସେମାନେ ଦାବି କରିଛନ୍ତି।

ଅମଳ ପରେ ବି ଖଳାରେ ଧାନ, ଟୋକନ ପାଇଁ ହୋଇ ପାରୁନାହିଁ ବିକ୍ରି

ଗୋଟିଏ ପଟେ ଟୋକନ ବ୍ୟବସ୍ଥା ଲାଗୁ ହୋଇଥିବାବେଳେ ଅନ୍ୟପଟେ ଟୋକନ ପାଉନାହାଁନ୍ତି ଚାଷୀ। ଧାର କରଜ କରି ଖରିଫ ଚାଷ କରିଥିବା ଚାଷୀ ରବି ୠତୁରେ ଡାଲି ଓ ତୈଳବୀଜ ଚାଷ ପାଇଁ ମୂଲଧନ ବି ପାଉନାହିଁ। ଜିଲ୍ଲାର କ୍ଷେମାଲୋଏ ସମବାୟ ସେବା ସମିତି ଅଧୀନରେ ଥିବା ଚାଷୀ ଉତ୍ପାଦିତ ଦ୍ରବ୍ୟକୁ ଖଳାରେ ଗଛିତ ରଖିଛନ୍ତି। ସେପଟେ ବିଳମ୍ବରେ ଅଣଜଳସେଚିତ ଅଞ୍ଚଳରେ ଧାନ ହେଉଥିବାରୁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା କହିଛନ୍ତି ଏଆରସିଏସ।

ପ୍ରଚଳିତ ଟୋକନ ବ୍ୟବସ୍ଥାରେ ସୁଧାର ଆଣିବା ସାଙ୍ଗକୁ ମଣ୍ଡି ଖୋଲିବାରେ ସରକାର ଯତ୍ନବାନ ହେବା ଜରୁରୀ । ନଚେତ ଦଲାଲ ହାତକୁ ଧାନ ଟେକିଦେଇ ଅଭାବୀ ବିକ୍ରିର ଶିକାର ହେବ ଚାଷୀ। ଏଭଳି ସ୍ଥଳେ ସରକାର ତୁରନ୍ତ ଟୋକନ ବ୍ୟବସ୍ଥାର ଅବ୍ୟବସ୍ଥା ଦୂର କରିବା ଆବଶ୍ଯକ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ଖରିଫ ଋତୁ ଶେଷ ହୋଇ ରବି ଋତୁ ଆରମ୍ଭ ହୋଇଛି।ସୁବର୍ଣ୍ଣପୁର ଜିଲ୍ଲା ଅଣଜଳସେଚିତ ଉଲୁଣ୍ଡା ଅଞ୍ଚଳରେ ଚାଷୀ ରବି ଋତୁରେ ଅଣଧାନ ଫସଲ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିଛି।ହେଲେ ଚାଷୀମାନେ ଏଯାଏଁ ଖରିଫ ଋତୁର ଧାନ ବିକ୍ରି କରି ପାରୁ ନ ଥିବାରୁ ରବି ଋତୁରେ ପନିପରିବା , ଡାଲି ଓ ତୈଳବୀଜ ଚାଷ କାର୍ଯ୍ୟରେ ବିଳମ୍ବ ହେଉଛି।ଆଉ ଏଥର ନୁଆଁ ପ୍ରଚଳିତ ଇ ଟୋକାନ ବ୍ୟବସ୍ଥା ଚାଷୀରେ ଚାଷୀ ପେଶି ହୋଇ ଯାଉଛି।
ଭିଓ 1-ଚାଷୀ ମୁଣ୍ଡରେ ଚଡକ ପଡ଼ିଛି ।ନୁଆଁ ଭାବେ ପ୍ରଚଳିତ ଟୋକାନ ବ୍ୟବସ୍ଥାରେ ଚାଷୀ ଏଥର ଧାନ ବିକ୍ରିର ରାସ୍ତା ପାଉନାହିଁ।ଧାନ ଅମଳ ସାରିଥିଲେ ବି ବିକ୍ରି କରି ପାରୁ ନ ଥିବାରୁ ଚାଷୀ ରବି ଋତୁର ଚାଷ ଆରମ୍ଭ କରି ପାରୁନାହିଁ।ବିଶେଷକରି ଟୋକାନ ପାଉ ନ ଥିବାରୁ ନିଜ ଉତ୍ପାଦିତ ଧାନ ବିକ୍ରି କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ବୁଖିନ ହେଉଛି।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଅଞ୍ଚଳର ଚାଷୀ ଧାନ ବିକ୍ରି କରିପାରୁ ନ ଥିବାରୁ ରବି ୠତୁ ଚାଷ କାର୍ଯ୍ୟରେ ବି ବିଳମ୍ବ ହେଉଛି।ଧାର କରଜ କରି ଖରିଫ ଚାଷ କରିଥିବା ଚାଷୀ ରବି ୠତୁରେ ଡାଲି ଓ ତୈଳବୀଜ ଚାଷ ପାଇଁ ମୂଲଧନ ବି ପାଉ ନାହିଁ।ଟୋକାନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଚାଷୀ ଦାବି କରିଛି ।
ବାଇଟ 1 ପରମେଶ୍ୱର ଭୋଇ , ଚାଷୀ ।
ବାଇଟ 2 ଶ୍ୟାମସୁନ୍ଦର ପଧାନ , ଚାଷୀ ।

Body:ଭିଓ 2-ଜିଲ୍ଲାର କ୍ଷେମାଲୋଏ ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଏବେ ଧାନ ବିକ୍ରିର ରାସ୍ତା ପାଉ ନାହାଁନ୍ତି।ଖଳା ଗୁଡିକରେ ଚାଷୀ ଧାନ ଅମଳ କରି ଗଛିତ ରଖିଛି। ହେଲେ ଟୋକାନ ଅସୁବିଧାରୁ ବିକ୍ରି କରି ପାରୁନାହିଁ।ଫଳରେ ଦୈନନ୍ଦିନ ଖର୍ଚ୍ଚ ତଥା ରବି ୠତୁ ଚାଷପାଇଁ ଚାଷୀ ନିଜକୁ ପ୍ରସ୍ତୁତ କରିପାରୁ ନାହିଁ।ଧର୍ଯ୍ୟହରା ଚାଷୀ ଅତି ଅଳ୍ପ ମୁଲ୍ୟରେ ଦଲାଲ ହାତରେ ଧାନ ଟେକି ଦେବାକୁ ଯାଉଛି ।ଅପରପକ୍ଷରେ ବିଳମ୍ବରେ ଡ଼ ଅଣଜଳସେଚିତ ଅଞ୍ଚଳରେ ଧାନ ହେଉଥିବାରୁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି ବୋଲି ଏଆରସିଏସ କହିଛନ୍ତି।
ବାଇଟ 3 ଅଭିମନ୍ୟୁ ସାହୁ , ଏଆରସିଏସ ,ସୁବର୍ଣ୍ଣପୁର ।

Conclusion:ଫାଭିଓ-ଧାନ କ୍ରୟରେ ଅତି ବିଳମ୍ବ ହେଲେ ଦଲାଲ ହାତକୁ ଚାଷୀ ଧାନ ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେବ।ପ୍ରଶାସନ ଏଥିପାଇଁ ଯତ୍ନବାନ ହେବା ଆବଶ୍ୟକ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.