ETV Bharat / state

ୟୁରିଆ ସାରର ଅଭାବ, ହନ୍ତସନ୍ତ ଚାଷୀ

author img

By

Published : Sep 4, 2020, 12:55 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ରାସାୟନିକ ୟୁରିଆ ସାରର କଳାବଜାରୀ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଦେଖାଦେଇଛି ଚାଷୀ ଅସନ୍ତୋଷ । ଅଧିକ ପଢ଼ନ୍ତୁ...

farmers facing problem, shortage of urea fertilizer, subarnapur district, subarnapur news, ସୁବର୍ଣ୍ଣପୁରରେ ୟୁରିଆ ସାରର ଅଭାବ, ହନ୍ତସନ୍ତ ଚାଷୀ, ସୁବର୍ଣ୍ଣପୁର ଖବର, ରାସାୟନିକ ୟୁରିଆ ସାର
ୟୁରିଆ ସାରର ଅଭାବ, ହନ୍ତସନ୍ତ ଚାଷୀ

ସୁବର୍ଣ୍ଣପୁର: ଜିଲ୍ଲାରେ ଏବେ ୟୁରିଆ ସାରର ଅଭାବ ଦେଖା ଦେଇଛି। ରାସାୟନିକ ୟୁରିଆ ସାର ଯୋଗାଇ ଦେବାକୁ ପରିବର୍ତ୍ତନ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଚାଷୀନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ କିଛି ଚାଷୀ ଜିଲ୍ଲା ପ୍ରଶାସନ ଆଗରେ ଏନେଇ ଦାବି ଉପସ୍ଥାପନ କରିଛନ୍ତି।

ୟୁରିଆ ସାରର ଅଭାବ, ହନ୍ତସନ୍ତ ଚାଷୀ

ଏବେ ଧାନ ଗଛ ଗୁଡ଼ିକ ଗର୍ଭଣୀ ହେବାକୁ ଯାଉ ଥିବାରୁ ରାସାୟନିକ ସାରର ଆବଶ୍ୟକତା ରହିଛି। ହେଲେ ଚାଷୀ ମାନେ ସାର ପାଉ ନାହାଁନ୍ତି। ଯାହା ବି ପାଉଛନ୍ତି ତାହା ଦୁଇ ଗୁଣା ଦରରେ କିଣୁଛନ୍ତି। ବ୍ୟବସାୟୀ ମାନେ ରାସାୟନିକ ସାରର କଳାବଜାରୀ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ପ୍ରାୟ ଗୋଟାଏ ବସ୍ତା ୟୁରିଆ ସାରକୁ ଆଠ ଶହ ଟଙ୍କାରେ କିଣୁଛନ୍ତି। ସାର ପାଇଁ ଜିଲ୍ଲାର ଅନେକ ଯାଗାରେ ସମବାୟ ସମିତି କର୍ତ୍ତୃପକ୍ଷ ଓ ଚାଷୀମାନଙ୍କ ଭିତରେ ପାଟିତୁଣ୍ଡ ମଧ୍ୟ ହେଉଛି । ଦୁଇ ଦିନ ତଳେ ଉଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ ଚାଷୀ ମାନଙ୍କୁ ବୁଝାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି। ତେବେ ତୁରନ୍ତ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବାକୁ ଦାବି ହୋଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ପ୍ରଶାସନକୁ ପରିବର୍ତ୍ତନ ପକ୍ଷରୁ ଚେତାବନୀ ଦିଆଯାଇଛି। ସାର ତୁରନ୍ତ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.