ETV Bharat / state

ସୁବର୍ଣ୍ଣପୁର ଲିମ୍ବପାଲି ଗାଁରେ ପୁଣି ଛେଳି ମଡକ, କ୍ଷତିପୂରଣ ଦାବି - goat death

ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଲିମ୍ବପାଲି ଗାଁରେ 15 ଦିନ ଭିତରେ 100 ରୁ ଅଧିକ ଛେଳି ମରିଥିବା ଅଭିଯୋଗ ହୋଇଛି । ଏନେଇ ପଶୁ ପାଳକମାନେ ଛେଳିଙ୍କୁ ସୁରକ୍ଷା ଦେବାକୁ ଟୀକାକରଣ କରିବା ସହିତ ମୃତଛେଳି ପାଇଁ ଏବେ କ୍ଷତିପୂରଣ ଦାବି କରିଛନ୍ତି ।

goat death
ସୁବର୍ଣ୍ଣପୁର ଲିମ୍ବପାଲି ଗାଁରେ ପୁଣି ଛେଳି ମଡକ, କ୍ଷତିପୂରଣ ଦାବି
author img

By

Published : Dec 10, 2019, 1:46 AM IST

ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଲିମ୍ବପାଲି ଗାଁରେ ପୁଣି ଛେଳି ମଡକ ଦେଖାଦେଇଛି । ପ୍ରାୟ 15 ଦିନ ଭିତରେ 100 ରୁ ଅଧିକ ଛେଳି ମରିଥିବା ଅଭିଯୋଗ ହୋଇଛି । ସେନେଇ ଛେଳି ପାଳକମାନେ ଛେଳିଙ୍କୁ ସୁରକ୍ଷା ଦେବାକୁ ଟୀକାକରଣ କରିବା ସହିତ ମୃତଛେଳି ପାଇଁ ଏବେ କ୍ଷତିପୂରଣ ଦାବି କରିଛନ୍ତି ।

ପ୍ରତିଦିନ ଗାଁରେ ଛେଳି ମରୁଥିବାବେଳେ ଛେଳି ପାଳନ କରି ଗୁଜୁରାଣ ମେଣ୍ଟାଉଥିବା ହରି ବାରକୁଟିଆଙ୍କ 15ଟି ଛେଳିର ମୃତ୍ୟୁ ହୋଇଛି । ଛେଳି ପାଳକମାନେ ଯାଲୋଏ ପଶୁ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ଦୌଡି ଆସୁଥିବାବେଳେ ଚିକିତ୍ସା ନପାଇ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏବେ ପ୍ରବଳ ଥଣ୍ଡା ପଡୁଥିବା ବେଳେ ଛେଳିମାନଙ୍କ କଣ୍ଠରେ ଘା' ହେଉଛି । ଫଳରେ ଛେଳିମାନେ କିଛି ଖାଇ ନପାରି ମୃତ୍ୟୁବରଣ କରୁଛନ୍ତି । ଏପରିକି ଏକ ଅଜଣା ଭୂତାଣୁ ଜନିତ ରୋଗ ବ୍ୟାପିଥିବା ଜିଲ୍ଲା ପଶୁ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି ।

ସୁବର୍ଣ୍ଣପୁର ଲିମ୍ବପାଲି ଗାଁରେ ପୁଣି ଛେଳି ମଡକ, କ୍ଷତିପୂରଣ ଦାବି

ଲିମ୍ବପାଲି ଗାଁର ହରିବାରକୁଟିଆଙ୍କ 25ଟି ଛେଳି ମଧ୍ୟରୁ ପ୍ରାୟ 15ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ମୃତ ଛେଳିଙ୍କ ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି କହିଛନ୍ତି । ପଶୁଚିକିତ୍ସା ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆ ନଗଲେ ଛେଳି ମଡକରେ ପୂର୍ଣ୍ଣଛେଦ ନ ପଡିବା ସହିତ ଚାଷୀମାନେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ । ଅପରପକ୍ଷରେ ଛେଳିମାନଙ୍କ ପାଇଁ ଛେଳିପାଳକମାନେ ବୀମା କରିଥିଲେ ତାର କ୍ଷତିପୂରଣ ମିଳିବ ବୋଲି ଜିଲ୍ଲା ପଶୁପାଳନ ବିଭାଗ ପକ୍ଷରୁ ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଲିମ୍ବପାଲି ଗାଁରେ ପୁଣି ଛେଳି ମଡକ ଦେଖା ଦେଇଛି ।ପ୍ରାୟ 15 ଦିନ ଭିତରେ 100ରୁ ଅଧିକ ଛେଳି ମରିଥିବା ଅଭିଯୋଗ ହୋଇଛି ।ପ୍ରତିଦିନ ଗାଁରେ ଛେଳି ମରୁଥିବା ବେଳେ ଛେଳି ପାଳନ କରି ଗୁଜୁରାଣ ମେଣ୍ଟାଉଥିବା ହରି ବାରକୁଟିଆଙ୍କ 15ଟି ଛେଳିଙ୍କର ମୃତ୍ୟୁ ହୋଇଛି ।ଯାଲୋଏ ପଶୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାପାଇଁ ଦୌଡି ଆସୁଥିବା ଛେଳିପାଳକମାନେ ଚିକିତ୍ସା ନ ପାଇ ହଇରାଣ ହେଉଥିବା ଅଭିଯୋଗ ହେଉଛି ।ଏବେ ପ୍ରବଳ ଥଣ୍ଡା ପଡୁଥିବା ବେଳେ ଛେଳିମାନଙ୍କ କଣ୍ଠରେ ଘା ହେଉଛି ।ଫଳରେ ଛେଳିମାନେ ଆଉ କିଛି ଖାଇ ନ ପାରି ମୃତ୍ୟୁ ବରଣ କରୁଛନ୍ତି ।ଏପରିକି ଏକ ଅଜଣା ଭୂତାଣୁ ଜନିତ ରୋଗ ବ୍ୟାପିଥିବା ଜିଲ୍ଲା ପଶୁ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି ।ଛେଳି ପାଳକମାନେ ଛେଳିଙ୍କୁ ସୁରକ୍ଷା ଦେବାକୁ ଟୀକାକରଣ କରିବା ସହିତ ମୃତଛେଳି ପାଇଁ ଏବେ କ୍ଷତିପୂରଣ ଦାବୀ କରିଛନ୍ତି ।ଲିମ୍ବପାଲି ଗାଁର ହରିବାରକୁଟିଆଙ୍କ 25ଟି ଛେଳି ଭିତରୁ ପ୍ରାୟ 15ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ମୃତକ ଛେଳିଙ୍କ ଆନୁମାନିକ ମୂଲ୍ୟ ଲକ୍ଷେ ଟଂକା ହେବ ବୋଲି କହିଛନ୍ତି ।ପଶୁଚିକିତ୍ସା ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଛେଳି ମଡକ ରେ ପୂର୍ଣ୍ଣଛେଦ ନ ପଡିବା ସହିତ ଚାଷୀମାନେ କ୍ଷତିଗ୍ରସ୍ତ ହେବେ ନିଶ୍ଚିତ ।Body:ଅପରପକ୍ଷରେ ଛେଳିମାନଙ୍କ ପାଇଁ ଛେଳିପାଳକମାନେ ବୀମା କରିଥିଲେ ତାର କ୍ଷତିପୂରଣ ମିଳିବ ବୋଲି ଜିଲ୍ଲା ପଶୁପାଳନ ବିଭାଗ ପକ୍ଷରୁ ଜଣା ପଡିଛି ।
Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.