ETV Bharat / state

ଜମି ଦୁର୍ନୀତି ପ୍ରତିବାଦରେ ଆମରଣ ଅନଶନରେ ବସିଲେ ପରିବାର - land corruption in subarnapur

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲର ଜମି ଦୁର୍ନୀତି ପ୍ରତିବାଦରେ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଜମି କ୍ଷତିଗ୍ରସ୍ତ ପରିବାର ।

ଆମରଣ ଅନଶନରେ ବସିଲେ ପରିବାର
ଆମରଣ ଅନଶନରେ ବସିଲେ ପରିବାର
author img

By

Published : Feb 1, 2021, 7:47 PM IST

ସୁବର୍ଣ୍ଣପୁର:ଜମି ଦୁର୍ନୀତି ପ୍ରତିବାଦରେ ଆମରଣ ଅନଶନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲର ଜମି ଦୁର୍ନୀତି ପ୍ରତିବାଦରେ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଜମି କ୍ଷତିଗ୍ରସ୍ତ ପରିବାର । ଏହି ତହସିଲ ଅନ୍ତର୍ଗତ କମଲପୁର ଗାଁର ଗୋପାଳ ମେହେର ତାଙ୍କ ପରିବାର ସହ ଆମରଣ ଅନଶନରେ ବସିଛନ୍ତି ।

ଆମରଣ ଅନଶନରେ ବସିଲେ ପରିବାର

ଅଭିଯୋଗ ଅନୁଯାୟୀ, ଗୋପାଳ ମେହେରଙ୍କ ଅଜା ସଂକ୍ରୀ ମେହେରଙ୍କ ନାମରେ ଥିବା ୫୮ ଡେସିମିଲ ଜମିକୁ ତାଙ୍କ ଅଜାଣତରେ ଜାଲ ମ୍ୟୁଟେସନ କରି ଅନ୍ୟଜଣଙ୍କ ନାମରେ ପଟ୍ଟା କରାଯାଇଛି । ସ୍ଥାନୀୟ ତହସିଲ କର୍ମଚାରୀ ଓ କିଛି ଦଲାଲ ମିଶି ସମ୍ପୃକ୍ତ ଜମିକୁ ଅନ୍ୟ ନାମରେ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଜମି ମାଲିକ ଗୋପାଳ ମେହେର ସ୍ଥାନୀୟ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ବାରମ୍ବାର ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି । ଏନେଇ ଆରଟିଆଇ ମାଧ୍ୟମରେ କେସ ରେକର୍ଡର ନକଲ ମଧ୍ୟ ମାଗିଥିଲେ ।

ହେଲେ ତହସିଲ ପକ୍ଷରୁ ତାହା ପ୍ରଦାନ କରାଯାଉ ନାହିଁ । ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ଆମରଣ ଅନଶନରେ ବସିଛନ୍ତି କ୍ଷତିଗ୍ରସ୍ତ ପରିବାର । ଏହି ସମସ୍ୟାର ସମାଧାନ ତଥା କେସ ରେକର୍ଡର କପି ନମିଳିବା ପର୍ଯ୍ୟନ୍ତ ଅନଶନରୁ ଓହରିବୁ ନାହିଁ ବୋଲି କ୍ଷତିଗ୍ରସ୍ତ ଗୋପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.