ETV Bharat / state

Russia-Ukraine War: ୟୁକ୍ରେନରେ ଫସିଛନ୍ତି ସୁବର୍ଣ୍ଣପୁର ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ନିବେଦନ - ୟୁକ୍ରେନରେ ଫସିଛନ୍ତି ସୁବର୍ଣ୍ଣପୁର ଡାକ୍ତରୀ ଛାତ୍ର

ୟୁକ୍ରେନରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଡାକ୍ତରୀ ଛାତ୍ର । ଫେରାଇ ଆଣିବାକୁ ପରିବାର ବର୍ଗଙ୍କ ଆକୁଳ ନିବେଦନ । ଅଧିକ ପଢନ୍ତୁ

Russia-Ukraine War:  ୟୁକ୍ରେନରେ ଫସିଛନ୍ତି ସୁବର୍ଣ୍ଣପୁର ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ନିବେଦନ

author img

By

Published : Feb 25, 2022, 4:24 PM IST

ସୁବର୍ଣ୍ଣପୁର: ଆରମ୍ଭ ହୋଇଯାଇଛି ଋଷ-ୟୁକ୍ରେନ ଯୁଦ୍ଧ । ଆତଙ୍କରେ ସମଗ୍ର ବିଶ୍ବ । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ନେଇ ଚିନ୍ତାର ବିଷୟ ପାଲଟିଛି । ଅନେକ ଭାରତୀୟଙ୍କ ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଡାକ୍ତରୀ ଛାତ୍ର ମଧ୍ୟ ଫସି ରହିଛନ୍ତି । ତାଙ୍କୁ ଉଦ୍ଧାର ପାଇଁ ପରିବାର ଲୋକ ଗୁହାରି କରିଛନ୍ତି ।

Russia-Ukraine War: ୟୁକ୍ରେନରେ ଫସିଛନ୍ତି ସୁବର୍ଣ୍ଣପୁର ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ନିବେଦନ

ସୁବର୍ଣ୍ଣପୁର ସହରର ଦିଲ୍ଲୀପ ବିଶିଙ୍କ ପୁଅ ଆଶିଷ କୁମାର ବିଶି । ଆଶିଷ ସେଠାରେ ପାଞ୍ଚବର୍ଷ ହେଲା ଡାକ୍ତରୀ ପାଠ ପଢୁଥିଲେ । ତେବେ ସେ ନିଜ ପାଠ୍ୟକ୍ରମ ସାରି ଫେରିବା ପାଇଁ ମନସ୍ଥ କରିଥିଲେ । ହେଲେ ୟୁକ୍ରେନ ଓ ଋଷିଆ ବିବାଦ ଯୋଗୁଁ ତାଙ୍କୁ ୧୦ ଦିନ ତଳେ ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନ ଛାଡି ସ୍ବଦେଶ ଫେରିବା ପାଇଁ କୁହାଯାଇଥିଲା । କିନ୍ତୁ ଆବଶ୍ୟକ ବ୍ୟବସ୍ଥା କରାଯାଇ ନପାରିବାରୁ ସେ ଏବେ ଖରକିଫ ସହରରେ ଫସି ରହିଛନ୍ତି ।

ତାଙ୍କର ଆଉ ଜଣେ ସହପାଠୀ ପୁରୀର ସତ୍ୟଶ୍ରୀ ମହାପାତ୍ରଙ୍କ ସହିତ ସ୍ବଦେଶ ଫେରିବା ପାଇଁ ଭାରତୀୟ ଦୂତାବାସରେ ଆବେଦନ କରିଛନ୍ତି । ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ସେ ଫେରି ପାରୁନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: Russia-Ukraine War: ୟୁକ୍ରେନରେ ଫସି ରହିଛନ୍ତି ବାଲେଶ୍ବରର ତିନି ଡାକ୍ତରୀ ଛାତ୍ର

ଏଭଳି ପରିସ୍ଥିତିରେ ପିଲାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଅଭିଭାବକଙ୍କ ଚିନ୍ତା ବହୁମାତ୍ରାରେ ବୃଦ୍ଧି ପାଇଛି । ସେପଟେ ୟୁକ୍ରେନରେ ଥିବା ଆଶିଷଙ୍କ ସହ କଥା ହୋଇଛନ୍ତି ଆମ ସୁବର୍ଣ୍ଣପୁର ପ୍ରତିନିଧି ତୀର୍ଥବାସୀ ପଣ୍ଡା । ଆଶିଷ କହିଛନ୍ତି କି, ଛାତ୍ରାବାସ ନିକଟରେ ଋଷ ପକ୍ଷରୁ ବୋମା ବର୍ଷଣ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ଭୟଭୀତ ଥିବା କହିଛନ୍ତି । ତେବେ ଭାରତୀୟ ଦୂୂତାବାସ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ସମାଧାନ ଦିଗରେ ଆବଶ୍ୟକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଆଶିଷ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.