ETV Bharat / state

ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

author img

By

Published : Jun 7, 2023, 7:56 AM IST

ସୁବର୍ଣ୍ଣପୁରରେ ସଦର ପୌର ପରିଷଦ ଓ ରାଜସ୍ବ ବିଭାଗ ପକ୍ଷରୁ ସହରାଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି। ଅଧିକ ପଢନ୍ତୁ

eviction drive begins
eviction drive begins
ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ସୁବର୍ଣ୍ଣପୁର: ସଦର ପୌର ପରିଷଦ ଓ ରାଜସ୍ବ ବିଭାଗ ପକ୍ଷରୁ ସହରାଞ୍ଚଳରେ ଜବରଦଖଲ ଅଭିଯାନ ଜାରି ରହିଛି । ଏନେଇ ଆଜି ପୌର ପରିଷଦ ଓ ତହସିଲ ପକ୍ଷରୁ ମିଳିତ ଭାବେ ଶାନ୍ତି ନଗର ପଡାରେ ସରକାରୀ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ପୌର ପରିଷଦ କର୍ମଚାରୀ, ରାଜସ୍ବ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ବୁଲଡୋଜର ଲଗାଇ ବେଆଇନ ଭାବେ ନିର୍ମାଣ କରାଯାଇଥିବା ତିନୋଟି ଘର ଓ ଗୋଟିଏ ବେଆଇନ ପାଚେରୀକୁ ଭାଙ୍ଗି ଦିଆଯାଇଛି ।

ତେବେ ବେଆଇନ ଭାବେ ସରକାରୀ ଜମିରେ ଘର କରି ରହୁଥିବା ପରିବାର ଗୁଡିକୁ ପୂର୍ବରୁ ଦୁଇ ଦୁଇ ଥର ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ନୋଟିସରେ ତୁରନ୍ତ ସରକାରୀ ଯାଗା ଖାଲି କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଯାଗା ଖାଲି ନ କଲେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ତାଗିଦ କରାଯାଇଥିଲା । ନୋଟିସରେ ସରକାରୀ ଭାବେ ନିର୍ଦ୍ଧାରିତ କରାଯାଇଥିବା ଉଚ୍ଛେଦ ଖର୍ଚ୍ଚ ବି ଜବରଦଖଲକାରୀଙ୍କୁ ପ୍ରଦାନ କରିବା ପାଇଁ କୁହାଯାଇଥିଲା । ହେଲେ ବେପରୁଆ ଭାବେ ଜବରଦଖଲକାରୀ ସରକାରୀ ଯାଗା ଖାଲି ନ କରିବାରୁ ମାଜିଷ୍ଟ୍ରେଟ ଓ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି ।

ସହରରେ ଦିନକୁ ଦିନ ସରକାରୀ ଯାଗା ଉପରେ ଅତିକ୍ରମଣ ବଢିବାରେ ଲାଗିଛି । ଏପରିକି ବେଆଇନ ସରକାରୀ ଯାଗାରେ ନିର୍ମାଣ ବଢୁଥିବାରୁ ରାସ୍ତା ଗୁଡିକ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ସରକାର ହିତାଧିକାରୀଙ୍କୁ ସହରାଞ୍ଚଳରେ ଯାଗା ଯୋଗାଇ ଦେଉ ଥିବାରୁ ଗ୍ରାମାଞ୍ଚଳରେ ଲୋକେ ଆସି ସହରାଞ୍ଚଳରେ ଯାଗା ପାଇଁ ବେଆଇନ ଭାବେ ସରକାରୀ ଜମି ମାଡି ବସି ଘର ଓ ଦୋକାନ ବଜାର ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳରୁ ଆସିଥିବା ଲୋକଙ୍କ ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ କରାଗଲେ ସେମାନେ ତାଙ୍କୁ ଥଇଥାନ କରିବା ପାଇଁ ଆନ୍ଦୋଳନ କରୁଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବେଆଇନ ଜବରଦଖଲକାରୀଙ୍କ ଅଭିଯୋଗକୁ ବେଖାତିର କରି ସରକାରୀ ଜମି ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛି ।

ସଦର ପୌର ପରିଷଦ ସହରର ସୌନ୍ଦର୍ଯ୍ୟକରଣ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ଯୋଜନା କରିଥିବା ବେଳେ ଜବରଦଖଲକାରୀଙ୍କ ବେଆଇନ ନିର୍ମାଣ ବିକାଶ ମୂଳକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରୁଛି । ତେଣୁ ସଦର ପୌର ପରିଷଦ ଓ ରାଜସ୍ବ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ ଏକ ସର୍ଭେ କରାଯାଇ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରଖିଛି । ଗତ କିଛି ଦିନ ତଳେ ନବନିର୍ମାଣାଧିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରାସ୍ତା ପାର୍ଶ୍ବରେ ଥିବା କିଛି ବେଆଇନ ନିର୍ମାଣକୁ ଭଙ୍ଗା ଯାଇଥିଲା ।

ସେହିପରି ସହରର ଲୁଲୁ ପଡିଆ ପାର୍ଶ୍ବରେ ଥିବା ଅନେକ ବେଆଇନ ନିର୍ମାଣକୁ ଉଚ୍ଛେଦ କରଯାଇଥିବା ବେଳେ କୋହ୍ଲପଡା ଓ ପଟାଭାଡିରେ ବି ଶତାଧିକ ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା । ବିଶେଷକରି ପୌର ପରିଷଦକୁ ଆବଶ୍ୟକ କରୁଥିବା ସରକାରୀ ଯାଗା ତୁରନ୍ତ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ନିର୍ଦ୍ଦେଶକୁ ଅବମାନନା କଲେ ସୁରକ୍ଷା କର୍ମୀ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଉଛି । ଚଳିତ ବର୍ଷ ପ୍ରାୟ 500ରୁ ଅଧିକ ବେଆଇନ ନିର୍ମାଣରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିବା ଜଣା ପଡିଛି । ତେବେ ପୌର ପରିଷଦ ଓ ସଦର ରାଜସ୍ବ ବିଭାଗର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.