ETV Bharat / state

କୋରୋନା ଭୟ: ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ମନା

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟାଳୟଗୁଡିକୁ ଜନସାଧାରଣଙ୍କ ଅବାଧ ପ୍ରବେଶକୁ ମନା। ତେବେ ଦିନକୁ ଦିନ କୋରୋନା ସଂକ୍ରମଣ ଜିଲ୍ଲାରେ ବଢି ବଢି ଯାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ...

କୋରୋନା ଭୟ: ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ମନା
କୋରୋନା ଭୟ: ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ମନା
author img

By

Published : Apr 22, 2021, 3:26 PM IST

ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଜନସାଧାରଣଙ୍କ ଅବାଧ ପ୍ରବେଶକୁ କରାଯାଇଛି ବାରଣ । ସମସ୍ତ କାର୍ଯ୍ୟାଳୟ ଗୁଡିକରେ ଜନସାଧାରଣ ବିଭିନ୍ନ କାର୍ଯ୍ୟ ନେଇ ଯାଉଥିବା ବେଳେ ଅନୁରୋଧ ପତ୍ର, ଅଭିଯୋଗ ପତ୍ର ଆଦି କାର୍ଯ୍ୟାଳୟ ଗୁଡିକ ବାହାରେ ଥିବା ଅଭିଯୋଗ ବାକ୍ସରେ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି ।

କୋରୋନା ଭୟ: ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ମନା

ସେହିପରି ଜନସାଧାରଣଙ୍କୁ ଅନଲାଇନ ମାଧ୍ୟମରେ ବାଇ ଗ୍ରିଭାନ୍ସରେ ନିଜ ଅଭିଯୋଗ ପଠାଇବା ପାଇଁ କୁହାଯାଇଛି । ଜନସାଧାରଣ କରୁଥିବା ଅଭିଯୋଗ ସବୁ 48 ଘଣ୍ଟା ଭିତରେ ଅଭିଯୋଗ ବାକ୍ସରୁ ବାହାର କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦିନକୁ ଦିନ କୋରୋନା ସଂକ୍ରମଣ ଜିଲ୍ଲାରେ ବଢି ବଢି ଯାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ଗତକାଲି ଗୋଟିଏ ଦିନରେ 99 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ 258 ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ କୋଭିଡ ନିୟମ ପାଳନ କରିବା ପାଇଁ ଅନୁରୋଧ କରାଯାଇଥିବାବେଳେ ଜନସାଧାରଣଙ୍କ ଭିତରେ ବି ଭୟର ବାତାବରଣ ଖେଳି ଯାଇଥିବା ଅନୁମାନ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.