ETV Bharat / state

ସୁବଳୟା ଅଞ୍ଚଳରେ ହାତୀ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ - ଥମୁନି ହାତୀ ଉପଦ୍ରବ

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ସୁବଳୟାରେ ହାତୀ ଉପଦ୍ରବ । ଦନ୍ତା ହାତୀ ଆତଙ୍କରେ ଆତଙ୍କିତ ଅଞ୍ଚଳବାସୀ । ଅଧିକ ପଢନ୍ତୁ

elephant terror
elephant terror
author img

By ETV Bharat Odisha Team

Published : Oct 8, 2023, 5:01 PM IST

elephant terror

ସୁବର୍ଣ୍ଣପୁର: ଥମୁନି ହାତୀ ଉପଦ୍ରବ । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ସୁବଳୟା ଅଞ୍ଚଳରେ ହାତୀ ଉପଦ୍ରବ । ଦନ୍ତା ହାତୀ ଆତଙ୍କରେ ଆତଙ୍କିତ ଅଞ୍ଚଳବାସୀ । ଗତ ଶୁକ୍ରବାର ଠାରୁ ୨ ଟିକିଆ ହାତୀ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି । ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ ।

ସୂଚନା ମୁତାବକ, ଜିଲ୍ଲାର ଦୁରଦୁରା ଜଙ୍ଗଲରୁ ଦୁଇ ଟିକିଆ ହାତୀ ଖାଦ୍ୟ ଅନ୍ବେଷଣରେ ଆସି ସୁବଳୟାର ମହାନଦୀ କୂଳରେ ଥିବା ଦେଖିବାକୁ ମିଳିଥିଲା । ଏହାପରେ ହାତୀ ଦୁଇଟି ସୁବଳୟା ନିକଟସ୍ଥ ପିତାମହୁଲ ଗାଁ ନିକଟକୁ ଆସିଥିବା ବେଳେ ପିତାମହୁଲ ଓ ସୁବଳୟା ମଧ୍ୟଭାଗରେ ଥିବା ଖରିଫ ଋତୁର ଧାନ ଚାଷକୁ ବ୍ୟାପକ ପରିମାଣରେ ନଷ୍ଟ କରି ଦେଇଛନ୍ତି । ଏନେଇ ସ୍ଥାନୀୟ ଲୋକେ ହାତୀ ଦୁଇଟିକୁ ଜଙ୍ଗଲ ଆଡକୁ ଘଉଡାଇବାର ଚେଷ୍ଟା କରିଥିଲେ । ହେଲେ ଘଉଡାଇବାରେ ବିଫଳ ହୋଇଥିବାରୁ ଗାଁ ଲୋକ ବନକର୍ମଚାରୀଙ୍କୁ ଖବର ଦେଇଥିଲେ । ଏନେଇ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ଘଉଡାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ତେବେ ବନ କର୍ମଚାରୀ ହାତୀ ଦୁଇଙ୍କ ଗତିପଥକୁ ଅନୁଧ୍ୟାନ କରୁଥିବା ବେଳେ ହାତୀ ଦେଖିବାକୁ ରୁଣ୍ଡ ହେଉଥିବା ଲୋକଙ୍କୁ ହାତୀ ପାଖକୁ ନ ଯିବା ପାଇଁ ବାରଣ କରିଛନ୍ତି । ତେବେ ବୀରମହାରାଜପୁର ଦୁରଦୁରା ଜଙ୍ଗଲ, ଉଲୁଣ୍ଡା ବ୍ଳକ ସିଂହାସନ ଜଙ୍ଗଲ ଓ ସମ୍ବଲପୁର ରେଢାଖୋଲରେ ହାତୀମାନେ ବର୍ଷ ତମାମ ସ୍ଥାୟୀ ଭାବେ ରହି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଉପଦ୍ରବ କରୁଛନ୍ତି । ତେବେ ଜଙ୍ଗଲର ଚାରିପାଖରେ ଟ୍ରେଂଜ ଖୋଲା ଯାଇ ନ ଥିବାରୁ ସିଂହାସନ ଜଙ୍ଗଲ ଅଞ୍ଚଳରେ ରହୁଥିବା ହାତୀମାନେ ଜିଲ୍ଲାର ଉଲୁଣ୍ଡା ,ବୀରମହାରାଜପୁର ଓ ବିନିକା ବ୍ଳକର କିଛି ଅଞ୍ଚଳରେ ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- କରଞ୍ଜିଆ ବନଖଣ୍ଡରେ ବୁଲୁଛନ୍ତି ହାତୀପଲ, ଆକ୍ରମଣରେ ଜଣେ ଆହତ

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା । ଚମକପୁର ଗାଁର ସାଧୁ ଚରଣ ଲୁଗୁନ ନାମକ ଜଣେ ଧାନବିଲରୁ ହାତୀପଲକୁ ଘଉଡାଇବା ଯାଇଥିଲେ । ସେହି ସମୟରେ ଏକ ହାତୀ ସାଧୁ ଚରଣଙ୍କୁ ଆକ୍ରମଣ କରିଥିଲା ଫଳରେ ତାଙ୍କର ବାମ ଗୋଡରେ ଆଘାତ ଲାଗିଥିଲା । ଏହି ଅଞ୍ଚଳକୁ ୧୮ ଟିକିଆ ହାତୀପଲ ପଶି ଆସିଥିବାବେଳେ ହାତୀ ଉପଦ୍ରବ ଯୋଗୁଁ ଅତିଷ୍ଠ ହୋଇ ପଡିଛନ୍ତି ଅଞ୍ଚଳବାସୀ । ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଲିପୋଷିର ଜଳଲଢିପା ନିକଟରେ ଗତ ୧ତାରିଖ ରାତିରେ ହାତୀ ଘଉଡାଇବା ସମୟରେ ଜଣେ ଯୁବକ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.