ETV Bharat / state

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଭାଙ୍ଗିଲା 3 ପରିବାରର ଘର - ସୁବର୍ଣ୍ଣପୁରରେ ହାତୀ ଆତଙ୍କ

ଜିଲ୍ଲାର ବିନିକା ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ସୋମବାର ଜନବସତି ମଧ୍ୟକୁ ହାତୀପଲ ପଶି 3ଟି ପରିବାରର ଘର ଭାଙ୍ଗିଛନ୍ତି । ଅଧିକ ପଢନ୍ତୁ...

Elephant terror in Subarnapur, houses of 3 families demolished
ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଭାଙ୍ଗିଲା 3 ପରିବାରର ଘର
author img

By

Published : Nov 24, 2020, 1:19 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ଅଞ୍ଚଳରେ ଗତ ପାଞ୍ଚଦିନ ଧରି ହାତୀ ଉପଦ୍ରବ ବଢି ବଢି ଚାଲିଛି । ହାତୀପଲ କ୍ଷେତରେ ପଶି ଫସଲ ନଷ୍ଟ କରିବା ସହିତ ଜନବସତିରେ ପଶି ଗ୍ରାମବାସୀଙ୍କ ଘରକୁ ଭାଙ୍ଗିଥିବା ସୂଚନା ମିଳିଛି ।

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଭାଙ୍ଗିଲା 3 ପରିବାରର ଘର

ସୋମବାର ବିନିକା ରେଞ୍ଜ ସିନ୍ଦୁରପୁର ପଞ୍ଚାୟତର ଗଣେଶପୁର କେଉଟ ପଡାରେ ଏକ ହାତୀପଲ ପଶି ଚୂଡ଼ାମଣି ସେଠୀ,ଅମିତ ନାଏକ ଓ କ୍ଷମାନିଧି ନାଏକଙ୍କ ଘରକୁ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ତେବେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ସନ୍ଧ୍ୟା ହେଲେ ଲୋକଙ୍କ ଭିତରେ ଭୟ ଦେଖା ଦେଉଛି ।

ହାତୀପଲଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକଙ୍କ ସହ ବନ ବିଭାଗର ଦୁଇଟି ଟିମ ରାତିତମାମ ନିୟୋଜିତ ହୋଇଛନ୍ତି । ହାତୀ ଘଉଡାଇବା ବେଳେ ବନ ବିଭାଗର ଜଣେ କର୍ମଚାରୀ ଆହତ ହୋଇଥିବା ଜଣା ପଡ଼ିଛି I କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଲୋକେ ଦାବି କରିଛନ୍ତି । ଏହାସହିତ ହାତୀପଲ ଜନବସତି ମଧ୍ୟକୁ ନ ପଶିବା ଲାଗି କିଛି ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.