ସୁବର୍ଣ୍ଣପୁର: କୋଭିଡ କଟକଣା ଭିତରେ ପାରମ୍ପରିକ ଵିଧିବିଧାନରେ ପାଳିତ ହୋଇ ଯାଇଛି ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ପୀଠରେ ଦଶହରା ପୂଜା । ସେହିପରି ଖମ୍ବେଶ୍ବରୀ, ଦଶମତୀ, ଭଗବତୀ, ବୁଢ଼ୀ ସମଲେଇ, ବୁଢାରାଜା ତଥା ସମଲେଇ ପୀଠ ଆଦିରେ ବିଜୟା ଦଶମୀ ପୂଜା ଆରାଧନା ନିରାଡ଼ମ୍ବର ଭାବେ ପାଳିତ ହୋଇଛି । କୋଭିଡ ମହାମାରୀ ପାଇଁ ଜନସାଧାରଣଙ୍କ ସମାଗମକୁ ବାରଣ କରାଯାଇଛି । ସେବାୟତମାନେ ପାରମ୍ପରିକ ରୀତିନୀତିରେ ଦେବୀମାନଙ୍କ ପୂଜା ଆରାଧନା କରିଛନ୍ତି ।
ବିଶେଷକରି ଆଜି ଭଳି ଦିନରେ ଦେବୀମାନଙ୍କ ସ୍ବତନ୍ତ୍ର ପୂଜା କରାଯାଇଥାଏ । ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗ କରି ଦେବୀମାନଙ୍କ ଆରାଧନା କରାଯାଏ । ଲକ୍ଷାଧିକ ଶ୍ରଦ୍ଧାଳୁ ବଳୀ ଯାତ୍ରା ଦେଖିବା ସହିତ ଦେବୀ ମାନଙ୍କ ଦର୍ଶନ ଲାଭ କରିଥାନ୍ତି । ହେଲେ ଏଥର କୋଭିଡ ପାଇଁ ମହାବଳୀ ପର୍ବ ପାଳନ କରାଯାଇ ନ ଥିବା ବେଳେ କେବଳ ରୀତିନୀତି କରାଯାଇ ପୂଜା ସମ୍ପନ୍ନ କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ତବାସୀ ପଣ୍ଡା, ଇଟିଭି ଭାରତ