ETV Bharat / state

ପାଖୋଉଛି ନୂଆଁଖାଇ, ସରିନି ତଳି ପକା

author img

By

Published : Aug 31, 2021, 1:58 PM IST

ପାଖେଇ ଆସିଲାଣି ନୂଆଖାଇ । ହେଲେ ଶେଷ ହୋଇନି ଚାଷକାର୍ଯ୍ୟ । ଅଧିକ ପଢନ୍ତୁ

ପାଖେଇ ଆସିଲା ନୂଆଁଖାଇ ହେଲେ ସରି ନାହିଁ ତଳି ପକା

ସୁବର୍ଣ୍ଣପୁର: ଆସୁଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ପର୍ବକୁ ପଶ୍ଚିମ ଓଡିଶାର ଚାଷୀ ବେଶ ଉତ୍ସାହର ସହ ପାଳନ କରନ୍ତି । କୃଷି ଭିତ୍ତିକ ଏହି ପର୍ବ ପାଳନ ପାଇଁ ଚାଷୀ ବର୍ଷର ପହିଲି ଶସ୍ୟକୁ ଦେବାଦେବୀଙ୍କ ପାଖରେ ସମର୍ପଣ କରି ସପରିବାର ନବାର୍ଣ୍ଣ ଗ୍ରହଣ କରିଥାଏ । କିନ୍ତୁ ଚଳିତ ସ୍ବଳ୍ପ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଅଭାବ ଦେଖାଦେଇଛି । ଫଳରେ ଚାଷ କାର୍ଯ୍ୟ ଏଯାଏଁ ଶେଷ ହୋଇ ପାରିନାହିଁ ।

ଚାଷ ଜମିରେ ପାଣି ଅଭାବ ଦେଖାଦେଇଥିବାରୁ କେତେ ଚାଷ ଜମି ଅବିହୁଡା ହୋଇ ରହି ଯାଇଥିବା ବେଳେ ଏବେ କିଛି ଚାଷଜମିରେ ତଳି ପକା ଚାଲିଛି । ସାମାନ୍ୟ ବର୍ଷା ହେଉଠିବାରୁ ଏବେ ପାଣିରେ ପହ୍ଲା ବୁଢେଇ ଯାଇଥିଲେ ବି ଚାଷୀ ତଳି ପକା କାର୍ଯ୍ୟ କରୁଛି । ଜିଲ୍ଲାର ସଦର ସୋନପୁର ବ୍ଳକର ପଡିଆଝୁଲି ଗାଁ ଅଣଜଳସେଚିତ ତରଭା ,ବୀରମହାରାଜପୁର ଓ ଉଲୁଣ୍ଡା ବ୍ଳକ ଅଞ୍ଚଳରେ ଏପରି ଚାଷ କାର୍ଯ୍ୟ କରୁଛନ୍ତି ଚାଷୀ ।

ନୂଆଖାଇ ପାଖେଇ ଆସୁଥିବା ବେଳେ ସ୍ବଳ୍ପ ବର୍ଷା ଏଥର ଏହି ପର୍ବକୁ ଫିକା କରି ଦେଇପାରେ ବୋଲି କୁହାଯାଉଛି । ତଥାପି ଚାଷୀ ସବୁ ଦୁଃଖକୁ ଭୁଲି ଏହି ଗଣପର୍ବ ପାଳନ କରିବା ପାଇଁ ବେସ ଉତ୍ସାହିତ ହୋଇ ଅଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.