ETV Bharat / state

ଲଗାଣ ବର୍ଷା: ବାଉରୀନାଳ ଉପରେ 4 ଫୁଟର ପାଣି, ଯୋଗାଯୋଗ ବିଚ୍ଛିନ୍ନ - Subarnapur receive heavy rain

ଗତ 4ଦିନର ଲଗାଣରେ ମହାନଦୀ ଓ ତେଲନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଏହାର ଶାଖା ନଦୀଗୁଡିକରେ ପାଣି ମାଡିବା ଦ୍ବାରା ସୁବର୍ଣ୍ଣପୁରରୁ ରେଢାଖୋଲକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର
author img

By

Published : Sep 7, 2019, 3:25 PM IST

ସୁବର୍ଣ୍ଣପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହେଲେଣି ସୁବର୍ଣ୍ଣପୁରବାସୀ । ପ୍ରବଳ ବର୍ଷାରେ ଜିଲ୍ଲା ମଧ୍ୟ ଦେଇ ପ୍ରଭାବିତ ହେଉଥିବା ମହାନଦୀ ଓ ତେଲନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ହରିହର ଯୋର, ଅଙ୍ଗ ନଦୀ, ସୁକତେଲ, ନିବୃତ୍ତ ଆଦି ନଦୀଗୁଡିକରେ ବଢି ପାଣି ଆସିବାରେ ଲାଗିଛି । ଯଦ୍ବାର ବୀରମହାରାଜପୁର ବ୍ଲକ ପିତାମହୁଲ ନିକଟ ବାଉରୀନାଳ ଉପରେ ପ୍ରାୟ 4ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଛି । ଫଳରେ ସୁବର୍ଣ୍ଣପୁରରୁ ରେଢାଖୋଲକୁ ଯୋଗଯୋଗ ବିଚ୍ଛିନ୍ନ ହୋଇପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର

ବାଉରୀ ନାଳ ଉପରେ ସ୍ଥାନୀୟ ନାବିକମାନେ ଡଙ୍ଗାରେ ସାଇକେଲ, ମୋଟର ସାଇକେଲ ଓ ଯାତ୍ରୀମାନଙ୍କୁ ପାର କରୁଛନ୍ତି । ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମଟର ଅଟକି ରହିଛି । ଗତ 4ଦିନ ଏହି ଲଗାଣ ବର୍ଷା ହେବା ଫଳରେ ସହରର ତଳିଆ ଅଞ୍ଚଳ ପୁରା ଜଳମଗ୍ନ ହୋଇପଡ଼ିଛି ।

ପ୍ରେସ କଲୋନୀ, ଗୋକର୍ଣ୍ଣେଶ୍ବ ପଡା, ପଟାଭାଡି ଅଞ୍ଚଳରେ ଗଳି ରାସ୍ତାମାନଙ୍କରେ 2 ଫୁଟର ପାଣି ଚାଲୁଛି । ସେପଟେ ବର୍ଷା ଯୋଗୁଁ ଲୋକେ ଘରେ ଏକ ପ୍ରକାର ବାନ୍ଧି ହୋଇପଡିଥିବାବେଳେ ନିହାତି ଜରୁରୀ କାର୍ଯ୍ୟରେ ଘରୁ ରାସ୍ତାକୁ ଗୋଡ କାଢୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି ।ପ୍ରବଳ ବର୍ଷା ହେବା ଫଳରେ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଥିବା ଉଭୟ ମହାନଦୀ ଏବଂ ତେଲନଦୀରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ହରିହର ଯୋର ,ଅଂଗ ନଦୀ ,ସୁକତେଲ ,ନିବୃତ୍ତି ଆଦି ନଦୀଗୁଡିକରେ ବଢି ପାଣି ଆସିଛି ।ବୀରମହାରାଜପୁର ବ୍ଲକ ପିତାମହୁଲ ନିକଟରେ ବାଉରୀନାଳ ଉପରେ ପ୍ରାୟ 4 ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି ।ଫଳରେ ସୁବର୍ଣ୍ଣପୁରରୁ ରେଢାଖୋଲ ବିଛିନ୍ନ ହୋଇ ଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି ।ବାଉରି ନାଳ ଉପରେ ସ୍ଥାନୀୟ ନାବିକମାନେ ଡଂଗାରେ ସାଇକେଲ ,ମୋଟର ସାଇକେଲ ଓ ଯାତ୍ରୀମାନଙ୍କୁ ପାର ଉତ୍ତାର କରୁଛନ୍ତି ।ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମଟର ଅଟକ ରହିଛି । ଚାରି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ସୁବର୍ଣ୍ଣପୁର ସହରର ତଳିଆ ଅଞ୍ଚଳ ପୁରା ଜଳମଗ୍ନ ହୋଇଛି ।ସହରର ପ୍ରେସ କଲୋନୀ,ଗୋକର୍ଣ୍ଣେଶ୍ବର ପଡା ,ପଟାଭାଡି ଅଞ୍ଚଳରେ ଗଳି ରାସ୍ତା ମାନଙ୍କରେ 2 ଫୁଟର ପାଣି ଚାଲୁଛି ।Body:।ଲଗାଣ ବର୍ଷା ଯୋଗୁଁ ଲୋକେ ଘରେ ଏକ ପ୍ରକାର ବାନ୍ଧି ହୋଇ ରହି ଯାଉଥିବା ବେଳେ ନିହାତି ଜରୁରୀ କାର୍ଯ୍ୟରେ ଘରୁ ରାସ୍ତାକୁ ଗୋଡ କାଢୁଛନ୍ତି ।
Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.