ETV Bharat / state

ଅଧାବାଟରୁ ମୌସୁମୀ ଗାଏବ, ବୀରମହାରାଜପୁରରେ ଆସନ୍ନ ମରୁ଼ଡି - Drought is imminent in Birmaharajpur

ଅଧାବାଟରୁ ଛୁ ମାରିଲା ମୌସୁମୀ । ସଠିକ ସମୟରେ ମୌସୁମୀ ଆସିଥିଲେ ହେଁ ବର୍ଷାର ଦେଖାନାହିଁ । ତେଣେ ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି । ଅଧିକ ପଢନ୍ତୁ...

ବୀରମହାରାଜପୁରରେ ଆସନ୍ନ ମରୁ଼ଡି
ବୀରମହାରାଜପୁରରେ ଆସନ୍ନ ମରୁ଼ଡି
author img

By

Published : Jul 26, 2020, 8:14 AM IST

ସୁବର୍ଣ୍ଣପୁର: ପ୍ରଥମେ କୋରୋନା ମହାମାରୀ ଏବେ ସ୍ବଳ୍ପ ବୃଷ୍ଟି ଚାଷୀଙ୍କ ନିଦ ହଜାଇଛି । ଚଳିତ ବର୍ଷ କୋରୋନା ପାଇଁ ପ୍ରଥମେ କଟକଣା ଜାରି ହେବା ଦ୍ବାରା ଚାଷବାସରେ ବିଳମ୍ବ ହୋଇଥିଲା । ପରେ ଏହାକୁ କୋହଳ କରାଯାଇ ଚାଷବାସକୁ କଟକଣା ମୁକ୍ତ କରାଯାଇଛି । ହେଲେ ଏତିକି ବେଳକୁ ମୌସୁମୀ ବର୍ଷାର ଦେଖାନାହିଁ । ଫଳରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ମରୁଡି ଦେଖାଦେଇଛି ।

ବୀରମହାରାଜପୁରରେ ଆସନ୍ନ ମରୁ଼ଡି

ଚଳିତ ଖରିଫ ଋତୁରେ ଆବଶ୍ୟକତା ଠାରୁ କମ ବୃଷ୍ଟିପାତ ହୋଇ ଥିବାରୁ ଚାଷୀ ମାନଙ୍କ ଭିତରେ ଭାଲେଣି ପଡିଛି। ବର୍ଷ ସାରା ଉପଖଣ୍ଡର ଅଧିକାଂଶ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରି ଚାଷ ବାସ କରିଥାନ୍ତି। ତେବେ ଏଥର ଅନିୟମିତ ଓ ସ୍ୱଳ୍ପ ବୃଷ୍ଟିପାତ ଚାଷୀ ମୁଣ୍ଡବ୍ୟଥାର କାରଣ ହୋଇଛି। ଏଯାଏଁ ପଲହା ଘାରି ଗୁଡିକରେ ପଲହା ପଡିରହିଛି। ଚାଷୀମାନେ ଚାଷ ଜମିରେ ପାଣି ଲାଗି ନ ପାରିବାରୁ ତଳି ପକେଇ ନାହାଁନ୍ତି। କେବଳ କିଛି ବାହାଲ ଚାଷଜମିକୁ ବାଦ ଦେଲେ ବେର୍ଣା ଓ ମାଳ କିସମର ଜମିରେ ଚାଷ ହୋଇ ପାରିନାହିଁ। ଯାହାକି ଚାଷ ହୋଇଛି ତାହା ଆସନ୍ନ ମରୁଡିରେ କ୍ଷତିଗ୍ରସ୍ତ ହେବାକୁ ଯାଉଛି।

ପ୍ରତିବର୍ଷ ବାହୁଡା ଯାତ୍ରା ବେଳକୁ ଚାଷୀ ବିହୁଡ଼ି ସାରି କାଦୁଅ ସାର ଦେବାର କିଛିଦିନ ପରେ ୟୁରିଆ ସାର ପ୍ରୟୋଗ କରିଥାଏ। ଯାହା ଫଳରେ ଭାଦ୍ରବ ଶୁକ୍ଲ ପକ୍ଷ ବେଳକୁ କିଆରୀରେ ଧାନ ଉତ୍ପନ୍ନ ହୋଇଥାଏ। ଯେଉଁ ନୁଆଁ ଧାନରେ ନବାନ୍ନ ପ୍ରସ୍ତୁତ କରି ଚାଷୀ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ସମର୍ପଣ କରେ।ଏଥର କିନ୍ତୁ ଚାଷୀ ରୁଆ ଗଡା ବି ସାରି ନାହିଁ।ତେବେ ବିରମହରାଜପୁର ଅଞ୍ଚଳର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପାଣି ଦେଲେ ଅଳ୍ପ କିଛି ଚାଷ ଜମି ବଞ୍ଚି ପାରିବ ବୋଲି ଚାଷୀମାନେ କହିଛନ୍ତି

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.