ସୁବର୍ଣ୍ଣପୁର: ଲାଞ୍ଚ ନେଇ ଫସିଲେ ଡାକ୍ତର ବାବୁ। ସୁବର୍ଣ୍ଣପୁରରେ ସର୍ଜରୀ ବିଶେଷଜ୍ଞ ଡାକ୍ତର ବିପିନ ସାହୁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ଡାକ୍ତରଙ୍କ ବାସଭବନରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହିତ ଆୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି ଭିଜିଲାନ୍ସ ।
ବିଭାଗର ସୂଚନା ଅନୁଯାୟୀ, ସର୍ଜରୀ ବିଶେଷଜ୍ଞ ବିପିନ ସାହୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ପ୍ରାୟ 2 ବର୍ଷ ହେଲା ସର୍ଜରୀ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ। ହେଲେ ସେ ସୋମବାର ଜଣେ ବ୍ୟକ୍ତିଙ୍କ ଠାରୁ 5 ହଜାର 4 ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ