ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳିତ।ଜିଲ୍ଲାପାଳ ଅବୋଲୀ ସୁନୀଲ ନରବଣେଙ୍କ ସମେତ ଶତାଧିକ ସରକାରୀ କର୍ମଚାରୀ ଓ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ନିଜକୁ ସାମିଲ କରିଥିଲେ। ଜିଲ୍ଲାପାଳ ଯୋଗାସନର ଉପକାରୀତା ସଂପର୍କରେ ଆଲୋକପାତ କରିବା ପରେ ପ୍ରାୟ 40 ମିନିଟରୁ ଅଧିକ ସମୟ ଧରି ବିଭିନ୍ନ ପ୍ରକାରର ଯୋଗାସନ କରିଥିଲେ।ଏହି ଶିବିରରେ ଆର ଏସ ଏସର କର୍ମକର୍ତ୍ତାଙ୍କ ସମେତ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ। ଆର ଏସ ଏସର ବିଭାଗ ବୌଦ୍ଧିକ ପ୍ରମୁଖ ତଥା ଯୋଗ ପ୍ରଶିକ୍ଷକ ଡକ୍ଟର ଦୀଲ୍ଲିପ ତ୍ରିପାଠୀଙ୍କ ମୁଦ୍ରାର ତାଳେ ତାଳେ ସଭିଏଁ ଯୋଗାସନ ପ୍ରଦର୍ଶନ କରିଥିଲେ।
ତେବେ ଦିନକୁ ଦିନ ଯୋଗର ପରିସର ବ୍ୟାପକ ହେଉଥିବାବେଳେ ଆଜି ସହରରେ ଶ୍ରୀ ଗୋପାଳଜୀ ଯୋଗାଳୟ ,ଜିଲ୍ଲା ଫୌଜଦାରୀ ଓ ଦେୱାନୀ ଅଦାଲତ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ,ବାଲାଜୀ ମନ୍ଦିର ପରିସର ଓ ରାମଜୀ ମନ୍ଦିର ପରିସର ସମେତ ବିଭିନ୍ନ ବିଦ୍ୟାଳୟରେ ଯୋଗ ଦିବସକୁ ବେଶ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଛି। ନିଜକୁ ସୁସ୍ଥ ରଖିବାକୁ ପ୍ରତ୍ୟହ ଯୋଗାସନ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଏକ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଛନ୍ତି।
ଇଟିଭି ଭାରତ, ସୁବର୍ଣ୍ଣପୁର