ETV Bharat / state

ଜିଲ୍ଲାସ୍ତରୀୟ କଂଗ୍ରେସ କର୍ମୀ ବୈଠକ: ସଭାପତି ନିର୍ବାଚନ ପାଇଁ ଏଆଇସିସି ସମ୍ପାଦକଙ୍କୁ ଅନୁରୋଧ

author img

By

Published : Oct 15, 2019, 3:46 PM IST

Updated : Oct 15, 2019, 4:50 PM IST

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସଠାରେ ଆୟୋଜିତ ହୋଇଯାଇଛି ଜିଲ୍ଲାସ୍ତରୀୟ କଂଗ୍ରେସ କର୍ମୀଙ୍କ ବୈଠକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସଠାରେ ଆୟୋଜିତ ହୋଇଯାଇଛି ଜିଲ୍ଲାସ୍ତରୀୟ କଂଗ୍ରେସ କର୍ମୀଙ୍କ ବୈଠକ । ବୈଠକରେ ଭାରତୀୟ ଜାତୀୟ କଂଗ୍ରେସର ସମ୍ପାଦକ ମସ୍ତାନ ଭଲି ଓ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ଜିଲ୍ଲାରେ କଂଗ୍ରେସର ସଂଗଠନ ସଂପର୍କରେ କର୍ମୀଙ୍କ ସହିତ ଆଲୋଚନା କରିଥିଲେ ।

ଗତ ଲୋକସଭା ନିର୍ବାଚନ ପୂର୍ବରୁ ଜିଲ୍ଲାର କଂଗ୍ରେସ ସଭାପତି ଇସ୍ତଫା ପ୍ରଦାନ କରିଥିବାବେଳେ ସଭାପତି ନିର୍ବାଚନ ପାଇଁ ଜିଲ୍ଲାର କଂଗ୍ରେସ ସଂଗଠନର କାର୍ଯ୍ୟକର୍ତ୍ତାମାନେ ମସ୍ତାନ ଭଲିଙ୍କୁ ଅନୁରୋଧ କରିଥିଲେ । ଆଗକୁ ପୌର ନିର୍ବାଚନ ଥିବାରୁ ଜିଲ୍ଲାର ତରଭା, ବିନିକା ଓ ସଦର ମହକୁମାରେ ପ୍ରତିଟି ପରିବାରକୁ କଂଗ୍ରେସ ପରିବାରରେ ପରିଣତ କରିବା ପାଇଁ ଜନ ସଂପର୍କ କରିବାକୁ ଏଆଇସିସି ସଂପାଦକ କର୍ମୀଙ୍କୁ ପରାମର୍ଶ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସେହିପରି ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ପ୍ରତିଟି ବୁଥରେ ଅନ୍ୟୁନ 30 ଜଣ କଂଗ୍ରେସ ସଭ୍ୟ କରିବା ସହିତ କଂଗ୍ରେସରେ ଲୋକଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ତେଣେ ଏଆଇସିସି ସଂପାଦକ ମସ୍ତାନ ଭଲି ଖୁବ ଶୀଘ୍ର ଜିଲ୍ଲାରେ ନୂତନ ସଭାପତି ନିଯୁକ୍ତି ଦିଆଯିବ ବୋଲି କର୍ମୀଙ୍କୁ କହିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସଠାରେ ଜିଲ୍ଲା ସ୍ତରୀୟ କଂଗ୍ରେସ କର୍ମୀଙ୍କ ଏକ ବୈଠକ ଆୟୋଜିତ ହୋଇ ଯାଇଛି ।ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସର ସଂପାଦକ ମସ୍ତାନ ଭଲି ଓ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ଜିଲ୍ଲାରେ କଂଗ୍ରେସର ସଂଗଠନ ସଂପର୍କରେ କର୍ମିମାନଙ୍କ ସହିତ ଆଲୋଚନା କରିଥିଲେ ।ଗତ ଲୋକସଭା ନିର୍ବାଚନ ପୂର୍ବରୁ ଜିଲ୍ଲାର କଂଗ୍ରେସ ସଭାପତି ଇସ୍ତାପା ପ୍ରଦାନ କରିଥିବା ବେଳେ ସଭାପତି ନିର୍ବାଚନ ପାଇଁ ଜିଲ୍ଲାର କଂଗ୍ରେସ ସଂଗଠନର କାର୍ଯ୍ୟକର୍ତ୍ତାମାନେ ମସ୍ତାନ ଭଲିଙ୍କୁ ଅନୁରୋଧ କରିଥିଲେ ।ଆଗକୁ ପୌର ନିର୍ବାଚନ ଥିବାରୁ ଜିଲ୍ଲାର ତରଭା ,ବିନିକା ଓ ସଦର ମହକୁମାରେ ପ୍ରତିଟି ପରିବାରକୁ କଂଗ୍ରେସ ପରିବାରରେ ପରିଣତ କରିବା ପାଇଁ ଜନସଂପର୍କ କରିବାକୁ ଏ ଆଇ ସି ସି ସଂପାଦକ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।ସେହିପରି ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୂତ କରିବା ପାଇଁ ପ୍ରତିଟି ବୁଥରେ ଅନ୍ୟୁନ୍ୟ 30 ଜଣ କଂଗ୍ରେସ ସଭ୍ୟ କରିବା ସହିତ କଂଗ୍ରେସରେ ଲୋକଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ ।Body:ଏ ଆଇ ସି ସି ସଂପାଦକ ମସ୍ତାନ ଭଲି ଖୁବ ଶିଘ୍ର ଜିଲ୍ଲାରେ ନୂତନ ସଭାପତି ନିଯୁକ୍ତି ଦିଆଯିବ ବୋଲି କର୍ମୀମାନଙ୍କୁ କହିଥିଲେ ।
Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
Last Updated : Oct 15, 2019, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.