ETV Bharat / state

ସଭାପତି ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ବୈଠକ ଆୟୋଜିତ

author img

By

Published : Nov 4, 2019, 4:18 PM IST

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଗଣେଶ୍ବର ବେହେରା ଯୋଗ ଦେଇ ଜିଲ୍ଲା ସଭାପତି ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।

ସଭାପତି ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଗଣେଶ୍ବର ବେହେରା ଯୋଗ ଦେଇ ଜିଲ୍ଲା ସଭାପତି ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ତୃଣମୂଳସ୍ତରରୁ ସଭ୍ୟ ସଂଗ୍ରହ କରିବା ସହିତ ପ୍ରତିଟି ପରିବାରକୁ କଂଗ୍ରେସ ପରିବାରରେ ପରିଣତ କରିବା ପାଇଁ ମଧ୍ୟ ସେ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି।

ସେପଟେ ବୈଠକରେ ଜିଲ୍ଲାସ୍ତରୀୟ କର୍ମୀ, ନିର୍ବାଚନ ସମୟରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ। ସେହିପରି ଜିଲ୍ଲା କଂଗ୍ରେସ କମିଟି ଗଠନରେ ବି ଉପଯୁକ୍ତ କର୍ମୀ ସ୍ଥାନ ପାଉ ନ ଥିବା ଅଭିଯୋଗ କରିଥିଲେ। ପ୍ରତିଟି ବୁଥରେ ଅନ୍ୟୁନ 30ଜଣ ସଭ୍ୟ କଂଗ୍ରେସରେ ସାମିଲ କରିବା ସହିତ ବର୍ତ୍ତମାନ ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କୁ ଦଳରେ ସାମିଲ କରିବା ପାଇଁ ଜିଲ୍ଲାସ୍ତରୀୟ କର୍ମୀଙ୍କୁ ଅନୁରୋଧ କରାଯାଇଛି।

ସଭାପତି ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ବୈଠକ

ଜିଲ୍ଲାର ଉଭୟ ସୋନପୁର ଓ ବିରମହରାଜପୁର ନିର୍ବାଚନମଣ୍ଡଳୀରେ ଦଳୀୟ ବୈଠକର ଆୟୋଜନ କରି ଜିଲ୍ଲାରେ କଂଗ୍ରେସକୁ ମଜବୁତ କରିବା ପାଇଁ ଗଣେଶ୍ବର ବେହେରା ପ୍ରୟାସ କରିଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇ ଯାଇଛି।ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଗଣେଶ୍ୱର ବେହେରା ଯୋଗଦେଇ ଜିଲ୍ଲା ସଭାପତି ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ସ୍ତରୀୟ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।ତୃଣମୂଳ ସ୍ତରରୁ ସଭ୍ୟ ସଂଗ୍ରହ କରିବା ସହିତ ପ୍ରତିଟି ପରିବାରକୁ କଂଗ୍ରେସ ପରିବାରରେ ପରିଣତ କରିବା ପାଇଁ କର୍ମୀଙ୍କୁ କହିଥିଲେ।ଜିଲ୍ଲା ସ୍ତରୀୟ କର୍ମୀମାନେ ନିର୍ବାଚନ ସମୟରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ମିଳୁ ନାହିଁ ବୋଲି ଅଭିଯୋଗ କରିଥିଲେ।ସେହିପରି ଜିଲ୍ଲା କଂଗ୍ରେସ କମିଟି ଗଠନରେ ବି ଉପଯୁକ୍ତ କର୍ମୀମାନେ ସ୍ଥାନ ପାଉ ନ ଥିବା କର୍ମୀମାନେ କହିଥିଲେ।

Body:ପ୍ରତିଟି ବୁଥରେ ଅନୁନ୍ୟ 30 ଜଣ ସଭ୍ୟ କଂଗ୍ରେସରେ ସାମିଲ କରିବା ସହିତ ଏବେକାର ଓ ପୂର୍ବତନ ସରପଞ୍ଚ , ସମିତି ସଭ୍ୟ ଓ ୱାର୍ଡ ମେମ୍ବର ମାନଙ୍କୁ ଦଳରେ ସାମିଲ କରିବା ପାଇଁ ଜିଲ୍ଲା ସ୍ତରୀୟ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାର ଉଭୟ ସୋନପୁର ଓ ବିରମହରାଜପୁରରେ ଦଳୀୟ ବୈଠକର ଆୟୋଜନ କରି ଜିଲ୍ଲାରେ କଂଗ୍ରେସକୁ ମଜବୁତ କରିବା ପାଇଁ ଗଣେଶ୍ୱର ବେହେରା ପ୍ରୟାସ କରିଥିଲେ।
ବାଇଟ 1 ଗଣେଶ୍ୱର ବେହେରା , ପର୍ଯ୍ୟବେକ୍ଷକ ତଥା ପ୍ରଦେଶ କଂଗ୍ରେସ ସମ୍ପାଦକ ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.