ETV Bharat / state

ବଢୁଛି କୋରୋନା ସଂକ୍ରମଣ, ପରିବା ବଜାର ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସଦର ତହସିଲଦାର ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଦଳବଳ ପହଞ୍ଚି ପରିବା ଦୋକାନୀ ସହିତ ବିଭିନ୍ନ ସାମଗ୍ରୀର ଦୋକାନୀଙ୍କୁ ପୁଣି ରୟାଲ ପଡ଼ିଆରେ ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 28, 2021, 11:30 AM IST

େ୍
ପରିବା ବଜାର ସ୍ଥାନାରଣ ପାଇଁ ପ୍ରଶାସନର ନିର୍ଦ୍ଦେଶ

ସୁବର୍ଣ୍ଣପୁର: ସହରର ବ୍ଲକ ଛକରେ ଥିବା ପରିବା ଦୋକାନୀଙ୍କୁ ପୁଣି ରୟାଲ ପଡ଼ିଆକୁ ଉଠିଯିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସଦର ତହସିଲଦାର ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଦଳବଳ ପହଞ୍ଚି ପରିବା ଦୋକାନୀ ସହିତ ବିଭିନ୍ନ ସାମଗ୍ରୀର ଦୋକାନୀଙ୍କୁ ପୁଣି ରୟାଲ ପଡ଼ିଆରେ ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ଲକ ଛକରୁ ଶ୍ରୀ ଗଣେଶ ମାର୍କେଟ ପର୍ଯ୍ୟନ୍ତ ଥିବା ପ୍ରାୟ 60/70 ଉଠା ଦୋକାନୀଙ୍କୁ ତୁରନ୍ତ ରୟାଲ ପଡ଼ିଆରେ ପରିବା ବଜାର ଲଗାଇବାକୁ ନିର୍ଦେଶ ମିଳିଛି। ଉଠା ଦୋକାନୀମାନେ ପ୍ରଚଣ୍ଡ ଖରାରେ ଦୋକାନ ଲଗାଇବାକୁ ଟିକେ ଅମଙ୍ଗ ହେଉଥିବା ବେଳେ ଭେଣ୍ଡିଙ୍ଗ ଜୋନ ତିଆରି କରି ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି ।

ତେବେ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ପରିବା ବଜାରରେ ବ୍ୟବସାୟୀ ଓ ଗ୍ରାହକମାନେ ସାମାଜିକ ଦୂରତା ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି । କୋରୋନା ଦ୍ଵିତୀୟ ଲହରରେ ମହାମାରୀ ବେଶ ଗମ୍ଭୀର ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଶ ସତର୍କତା ପାଳନ କରାଯାଉଛି। ଏ ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିବା ବେଳେ ଅମାନିଆଙ୍କ ଉପରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.