ETV Bharat / state

ଶୀତଳ ଷଷ୍ଠୀ ଯାତ୍ରା: ବରଯାତ୍ରୀ ନେଇ କନ୍ୟା ଘରକୁ ଯିବେ ମହାଦେବ, ଚଳଚଞ୍ଚଳ ସୁବର୍ଣ୍ଣପୁର - ବରଯାତ୍ରୀ ନେଇ କନ୍ୟା ଘରକୁ ଯିବେ ମହାଦେବ

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସୁବର୍ଣ୍ଣପୁର ସହର । ସନ୍ଧ୍ୟାରେ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବେ ମହାଦେବ । ଅଧିକ ପଢ଼ନ୍ତୁ

shital sasthi yatra in subarnapur
ସୁବର୍ଣ୍ଣପୁରରେ ଶୀତଳ ଷଷ୍ଠୀ ଯାତ୍ରା
author img

By

Published : May 24, 2023, 9:07 PM IST

ସୁବର୍ଣ୍ଣପୁରରେ ଶୀତଳ ଷଷ୍ଠୀ ଯାତ୍ରା

ସୁବର୍ଣ୍ଣପୁର: ଆଜି ଦେବ ଦମ୍ପତିଙ୍କ ବିବାହ । ବର ବେଶ ଧରି ମାତା ପାର୍ବତୀଙ୍କ ଘରକୁ ଯିବେ ମହାଦେବ । ବିଳମ୍ବିତ ରାତିରେ ହେବ ବାହାଘର । ଏଥିପାଇଁ ଉଭୟ ବର ଓ କନ୍ୟାଘର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସୁବର୍ଣ୍ଣପୁର ସହର । ଆଜି ସନ୍ଧ୍ୟାରେ ବୈଦିକ ରିତିନୀତିରେ ଦେବ ଦମ୍ପତିଙ୍କ ବାହାଘର ସମ୍ପନ୍ନ ହେବାକୁ ଥିବା ବେଳେ ଏହା ପୂର୍ବର ନିର୍ବନ୍ଧ, ଦେବ ନିମନ୍ତ୍ରଣ ଓ ଅଳଙ୍କାର ଧାରଣ କାର୍ଯ୍ୟକ୍ରମ ଶେଷ ହୋଇଛି ।

ମନ୍ଦିରମାଳିନୀ ସହର ସୁବର୍ଣ୍ଣପୁର । ଏଠି ବାର ମାସରେ ତେର ଯାତ୍ରା ହେଉଥିଲେ ବି ଶୀତଳ ଷଷ୍ଠୀ ଯାତ୍ରାର ଟିକିଏ ଭିନ୍ନ ମହତ୍ୱ ରହିଛି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ୧୦୮ ଭରି ସ୍ୱର୍ଣ୍ଣ ନାଗ ପ୍ରତିମା ଓ ମହଣ ମହଣ ରୂପାରେ ତିଆରି ବିମାନ । ଦେବଦଳ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁ ବାବା ଚନ୍ଦ୍ରଶେଖରଙ୍କ ବରଯାତ୍ରୀ ଦଳରେ ସାମିଲ ହେବାର ପରମ୍ପରା ରହିଛି । ଏହି ସମୟରେ ଏକତ୍ର ବାବା ଚନ୍ଦ୍ରଶେଖରଙ୍କ ସମେତ ଅଷ୍ଟଶମ୍ଭୁ ଓ ଅଷ୍ଟ ବିଷ୍ଣୁଙ୍କୁ ଦର୍ଶନ କରିବାର ଶ୍ରଦ୍ଧାଳୁମାନେ ସୌଭାଗ୍ୟ ଅର୍ଜନ କରିଥାଆନ୍ତି । ଚଳିତବର୍ଷ ସହରର ରାୟଗୁରୁ ପଡ଼ାର ମନୋଜ ଓ ମହେଶ୍ୱତା ମିଶ୍ର ବରପିତା ମାତା ହୋଇଥିବାବେଳେ ଦେବ ଦମ୍ପତିଙ୍କ ପାଣି ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅନ୍ୟପଟେ ଏଭଳି ଏକ ସୌଭାଗ୍ୟ ପାଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ସନ୍ଧ୍ୟାରେ ବାବା ଚନ୍ଦ୍ରଶେଖର ବରଯାତ୍ରୀ ଧରି ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ବାହାରିବାର କାର୍ଯ୍ୟକ୍ରମ ରହିଛି । ବରଯାତ୍ରୀରେ ସହରର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହେବେ ।

ସେହିପରି ଦେବ ଦମ୍ପତିଙ୍କ ବାହାଘର ପାଇଁ କନ୍ୟାପକ୍ଷ ବି ପୁରା ପ୍ରସ୍ତୁତ । ଚଳିତ ବର୍ଷ ବଡବଜାର ଅଞ୍ଚଳର ଶ୍ୟାମ ସୁନ୍ଦର ଓ ରୁକ୍ମଣୀ ଶର୍ମାଙ୍କୁ କନ୍ୟାପିତା ମାତା ଭାବରେ ଚୟନ କରାଯାଇଛି । ଏନେଇ କନ୍ୟାପିତା କହିଛନ୍ତି, " ମାତା ପାର୍ବତୀଙ୍କୁ ଝିଅ ରୂପେ ପାଇଁ ଗର୍ବ ଅନୁଭବ ହେଉଛି । କନ୍ୟାର ବିବାହ ପାଇଁ ଯାହା ସବୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ନିର୍ବନ୍ଧ ଓ ଅଳଙ୍କାର ଧାରଣ ନୀତି ଶେଷ ହୋଇଥିଲା । ଦେବ ନିମନ୍ତ୍ରଣ ନୀତି ମଧ୍ୟ ଶେଷ ହୋଇଛି । ଆତ୍ମୀୟ ସ୍ଵଜନ, ବନ୍ଧୁ ବର୍ଗ ଘରେ ପହଞ୍ଚି ସାରିଛନ୍ତି । ରୀତିନୀତି ଅନୁଯାୟୀ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହେବ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.