ETV Bharat / state

ପାର୍କ ଏଣ୍ଟ୍ରି ଫି’ ଛାଡ କରିବାକୁ ଦାବି - ଫରେଷ୍ଟ ପାର୍କ

ସୁବର୍ଣ୍ଣପୁରରେ ତିଆରି ହୋଇଥିବା ନୂତନ ଫରେଷ୍ଟ ପାର୍କର ଟିକସକୁ ନେଇ ଦେଖାଦେଇଛି ଅସନ୍ତୋଷ । ଫି’ ଛାଡ କରିବାକୁ ଦାବି । ଅଧିକ ପଢନ୍ତୁ...

ପାର୍କ ଏଣ୍ଟ୍ରି ଫି ଛାଡ କରିବାକୁ ଦାବି
ପାର୍କ ଏଣ୍ଟ୍ରି ଫି ଛାଡ କରିବାକୁ ଦାବି
author img

By

Published : Nov 12, 2021, 4:20 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ତିଆରି ହୋଇଥିବା ନୂତନ ଫରେଷ୍ଟ ପାର୍କର ଟିକସକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ଯାଏଁ ପାର୍କ ବ୍ୟବହାର କରିବା ପାଇଁ ଟିକସ ଆଦାୟ କରାଯାଉଛି । ସହରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ଜମିରେ ପାର୍କ ନିର୍ମାଣ ହୋଇ ଥିବାରୁ ବାର୍ଷିକ ଛଅ ଲକ୍ଷ ଟଙ୍କା ସୁବର୍ଣ୍ଣମେରୁ ମନ୍ଦିରର ବିକାଶ ତଥା ଶ୍ରଦ୍ଧାଳୁଙ୍କ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରିବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସହରବାସୀଙ୍କ ପାଖରୁ ପାର୍କ ବ୍ୟବହାର କରିବା ପାଇଁ ଅଧିକ ଟିକସ ଆଦାୟ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି ।

ପାର୍କ ଏଣ୍ଟ୍ରି ଫି ଛାଡ କରିବାକୁ ଦାବି

ଏବେ ଶୀତ ଆସିଛି । ପାହାନ୍ତିଆରେ କାକରଭିଜା ପାର୍କରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଛି । ବ୍ୟାୟାମ ତଥା ମର୍ଣ୍ଣିଂ ଓ ଇଭିନିଂ ୱାକ ପାଇଁ ଲୋକେ ପାର୍କକୁ ଯାଉଛନ୍ତି । ହେଲେ ଆର୍ଥିକ ସ୍ବଚ୍ଛଳ ନ ଥିବା ଲୋକେ ପାର୍କ ଫି ଦେଇ ପାରୁ ନ ଥିବାରୁ ପାର୍କ ବ୍ୟବହାର କରିବାରୁ ବଞ୍ଚିତ ହେଉଛନ୍ତି । ପ୍ରତିଦିନ ପାର୍କ ଫି’ ଦେଇ ଲୋକେ ପାର୍କକୁ ଆସିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି । ଛୋଟ ଛୋଟ ପୁଅଝିଅଙ୍କ ଠାରୁ ଆରମ୍ଭ କରି କୁସ୍ତି କସରତରେ ଆଗ୍ରହ ରଖିଥିବା ଖେଳାଳୀ ମାନଙ୍କ ପାଇଁ ବି ଆବଶ୍ୟକ ବ୍ୟବସ୍ଥା କରାଯାଇ ଥିବାରୁ ମାସିକ ୟୁଜର୍ସ ଫି ଆଦାୟ କରିବା ପାଇଁ ପୌର ପରିଷଦ ପାଖରେ ସହରବାସୀ ଦାବି କରିଛନ୍ତି ।

ପୌର ପରିଷଦ ଅଧିନରେ ଥିବା ଏହି ପାର୍କ ସାଢେ ପାଞ୍ଚ ଏକର ସ୍ଥାନରେ ତିଆରି ହୋଇଛି ।ବିଶ୍ରାମ ପାଇଁ ସିମେଣ୍ଟ ଚୌକି ଠାରୁ ଆରମ୍ଭ କରି ପିଇବା ପାଣି, ସାଇକେଲ ଷ୍ଟାଣ୍ଡ, ଛୋଟ ଛୋଟ ପିଲାଙ୍କ ଖେଳକୁଦ ପାଇଁ ଅନେକ ଖେଳ ସରଞ୍ଜାମର ବ୍ୟବସ୍ଥା କରାଯାଇଛି । ପାର୍କ ବାହାରେ ଛୋଟ ଛୋଟ ବ୍ୟବସାୟୀମାନେ ଚା’ ଜଳଖିଆ ବି ବିକ୍ରି କରୁଛନ୍ତି । ତେବେ ପାର୍କ ଭିତରକୁ ଯିବାକୁ ହେଲେ ଜଣଙ୍କ ପିଛା ଦଶ ଟଙ୍କା ଟିକଟ ଫି’ ରହିଛି । ସୁବର୍ଣ୍ଣମେରୁଙ୍କ ପାଇଁ ଭିନ୍ନ ଭାବେ ଅର୍ଥ ବ୍ୟବସ୍ଥା କରିବା ସହିତ କେବଳ ପାର୍କର ବିକାଶ ଓ ମରାମତି ପାଇଁ ମାସିକ ୟୁଜର୍ସ ଫି’ ନେବା ପାଇଁ ଦାବି ହେଉଛି । ସହରବାସୀଙ୍କ ପାଇଁ ଦୈନନ୍ଦିନ ପ୍ରବେଶ ଶୁଳ୍କ କମ କରିବା ସହିତ ମାସିକ ୟୁଜର୍ସ ଫି ଆଦାୟ କରି ପ୍ରତ୍ୟେକ ଦିନ ପାର୍କ ଖୋଲିବାକୁ ବୁଦ୍ଧିଜିବୀମାନେ ମତ ରଖିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.