ETV Bharat / state

ସୁବର୍ଣ୍ଣପୁରବାସୀଙ୍କ ମୌଳିକ ସମସ୍ୟା ଦୂର ପାଇଁ ଅଣ୍ଟା ଭିଡିଲେ ଆଇନଜୀବୀ ବଳଦେବ - ସୁବର୍ଣ୍ଣପୁର ଖବର

ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟାର ସମାଧାନ ନେଇ ଅଣ୍ଟା ଭିଡିଛନ୍ତି ବରିଷ୍ଠ ଆଇନଜୀବୀ ବଳଦେବ ବେଦବାଗ । ଜିଲ୍ଲାବାସୀଙ୍କ ସରଳ ସୁନ୍ଦର ଜୀବନ ଯାପନ ପାଇଁ ଆରମ୍ଭ ହୋଇଛି ପରିବର୍ତ୍ତନ ଯାତ୍ରା । ଅଧିକ ପଢନ୍ତୁ

ମୌଳିକ ସମସ୍ୟା ସମାଧାନ ଦାବି; ଜିଲ୍ଲାବାସୀଙ୍କ ସମସ୍ୟା ଦୂର ପାଇଁ ଅଣ୍ଟା ଭିଡିଲେ ଆଇନଜୀବୀ ବଳଦେବ ବେଦବାଗ

author img

By

Published : May 2, 2022, 12:04 PM IST

ସୁବର୍ଣ୍ଣପୁର: ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟାର ସମାଧାନ ସହିତ ସରଳ ସୁନ୍ଦର ଜୀବନ ଯାପନ ପାଇଁ ଆରମ୍ଭ ହୋଇଛି ପରିବର୍ତ୍ତନ ଯାତ୍ରା । ବରିଷ୍ଠ ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃ୍ତ୍ବରେ ଶତାଧିକ କାର୍ଯ୍ୟକର୍ତ୍ତା ଗାଁ ଗାଁ ଯାଇ ଲୋକଙ୍କ ସହ ମୌଳିକ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବା ସହ ସମସ୍ତ ଦାବିର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି ।

ମୌଳିକ ସମସ୍ୟା ସମାଧାନ ଦାବି; ଜିଲ୍ଲାବାସୀଙ୍କ ସମସ୍ୟା ଦୂର ପାଇଁ ଅଣ୍ଟା ଭିଡିଲେ ଆଇନଜୀବୀ ବଳଦେବ ବେଦବାଗ

ଏହି ଯାତ୍ରାର ଚତୁର୍ଥ ପର୍ଯ୍ୟାୟରେ ଡୁଙ୍ଗୁରିପାଲି ବ୍ଲକର କର୍ଲାଜୁରୀ, ଗଜମାଲ,ମହୁଲପାଲି ଓ ତିଲେଇମାଲ ଗାଁରେ ପହଞ୍ଚ ଥିଲା । ଗାଁ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ବିଶେଷକରି ଜନସାଧାରଣଙ୍କ ସ୍ବାସ୍ଥ୍ୟ ସମସ୍ୟା ,କିଡିନୀ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ଯୋଗାଇ ଦେବା,ଚାଷୀଙ୍କର ଜଳସେଚନ ସମସ୍ୟା ଓ ଧାନ ବିକ୍ରୟ ସମସ୍ୟାର ସମାଧାନ କରିବା ତଥା ଟାଟା ପାୱାରର ମନୋମୁଖୀ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଜିଲ୍ଲାରେ ଧାନ ସହିତ ଅଣଧାନ ଫସଲ ,ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଫସଲ ଚାଷ କରିବା ସହିତ କୃଷି ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି । ସେହିପରି ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ସମସ୍ୟା ସମାଧାନ କରିବା ଦାବି ନେଇ ଏହି ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଛି । ସମସ୍ୟା ବହୁଳ ଜିଲ୍ଲାରେ ବିକାଶ ଆଖି ଦୃଶିଆ ହୋଇ ପାରୁ ନ ଥିବା ଆଇନଜୀବୀ ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.