ETV Bharat / state

ସଂସଦରେ ସୁବର୍ଣ୍ଣପୁରର ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ଦାବି - ସୁବର୍ଣ୍ଣପୁରର ପ୍ରାଚୀନ କୀର୍ତ୍ତିରାଜି

ଜିଲ୍ଲାରେ ପ୍ରାୟ ଷଷ୍ଠ ଓ ସପ୍ତମ ଶତାବ୍ଦୀର ଅନେକ ପ୍ରାଚୀନ ମନ୍ଦିର ରହିଛି । ଏହି ପବିତ୍ର ପୀଠ ଗୁଡିକର ପ୍ରତ୍ନତାତ୍ତ୍ବିକ ସୁରକ୍ଷା ସହିତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା କରିବାକୁ ଧ୍ୟାନ ଆକର୍ଷଣ କରିଛନ୍ତି ସାଂସଦ ସଂଗୀତା କୁମାରୀ ସିଂଦେଓ ।

ସଂସଦରେ ସୁବର୍ଣ୍ଣପୁରର ପର୍ଯ୍ୟଟନର ବିକାଶ ପାଇଁ ଦାବିସଂସଦରେ ସୁବର୍ଣ୍ଣପୁରର ପର୍ଯ୍ୟଟନର ବିକାଶ ପାଇଁ ଦାବି
ସଂସଦରେ ସୁବର୍ଣ୍ଣପୁରର ପର୍ଯ୍ୟଟନର ବିକାଶ ପାଇଁ ଦାବି
author img

By

Published : Sep 25, 2020, 10:08 AM IST

ସୁବର୍ଣ୍ଣପୁର: ଜିଲ୍ଲାର ଐତିହ୍ୟ ଓ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ସଂସଦରେ ଦାବି ରଖିଛନ୍ତି ସାଂସଦ ସଂଗୀତା କୁମାରୀ ସିଂଦେଓ । ଏହି ଅଞ୍ଚଳର ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟ ସମ୍ପନ୍ନ କୀର୍ତ୍ତିରାଜିର ସୁରକ୍ଷା ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ସମ୍ପୃକ୍ତ ମନ୍ତ୍ରାଳୟକୁ ପତ୍ର ବିନିମୟ କରିବା ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ।

ସଂସଦରେ ସୁବର୍ଣ୍ଣପୁରର ପର୍ଯ୍ୟଟନର ବିକାଶ ପାଇଁ ଦାବି

ଜିଲ୍ଲାରେ ପ୍ରାୟ ଷଷ୍ଠ ଓ ସପ୍ତମ ଶତାବ୍ଦୀର ଅନେକ ପ୍ରାଚୀନ ମନ୍ଦିର ରହିଛି । ଏହି ପବିତ୍ର ପୀଠ ଗୁଡିକର ପ୍ରତ୍ନତାତ୍ତ୍ବିକ ସୁରକ୍ଷା ସହିତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା କରିବାକୁ ଧ୍ୟାନ ଆକର୍ଷଣ କରିଛନ୍ତି । ଜିଲ୍ଲାର ବୁଣାକାରମାନଙ୍କ ଅର୍ଥନୈତିକ ଉନ୍ନତି, ତାଲିମ ପ୍ରଦାନ, ବୁଣା ସାମଗ୍ରୀରେ ରିହାତି, ସୂତା, ରଙ୍ଗ ତଥା ଉତ୍ପାଦିତ ବସ୍ତ୍ରର ବିକ୍ରିବଟାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ସାଂସଦଙ୍କ ଏହି ପ୍ରୟାସକୁ ଗୁରୁବାର ବିଜେପି ଜିଲ୍ଲା ସଭାପତି ପ୍ରଶଂସା କରିବା ସହିତ ସାଂସଦଙ୍କ ଦାବି ବିଷୟରେ ସାମ୍ବାଦିକମାନଙ୍କୁ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.