ETV Bharat / state

କୋଶଳୀ ଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ଉଠିଲା ଦାବି - କୋଶଳୀ ଭାଷା

କୋଶଳୀ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଦାବି କରିଛି କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ । ଦାବି ପୂରଣ ନେହେଲେ ଆନ୍ଦୋଳନ ଚେତାବନୀ ଦେଇଛି । ଅଧିକ ପଢନ୍ତୁ

kosoli language
କୋଶଳୀ ଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ଦାବି
author img

By

Published : May 4, 2023, 11:51 AM IST

କୋଶଳୀ ଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ଦାବି

ସୁବର୍ଣ୍ଣପୁର: ପଶ୍ଚିମାଞ୍ଚଳ ବିଦ୍ୟାଳୟ ଗୁଡିକରେ କୋଶଳୀ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ପାଇଁ ପୁଣି ଦାବି ଉଠିଛି । ଜିଲ୍ଲା ସଦର ମହକୁମା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ କୋଶଲ ଭାଷା ସାହିତ୍ୟ ଓ ସଂସ୍କୃତି ଏକାଡେମୀ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଏହି ଦାବି ଉପସ୍ଥାପନ କରାଯାଇଛି । କୋଶଲୀ ଭାଷା ତଥା ଶିଶୁ ଜନ୍ମ ହେବା ପରେ କହୁଥିବା ଭାଷାରେ ଶିକ୍ଷା ପ୍ରଦାନ ନ କଲେ ତାର ଶିକ୍ଷା ଅସଂପୂର୍ଣ୍ଣ ରହିଯିବ ବୋଲି ଅଭିଯୋଗ କରିଛନ୍ତି କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ ।

ଛାତ୍ରଛାତ୍ରୀମାନଙ୍କର କଥିତ ଭାଷାରେ ଶିକ୍ଷା ପ୍ରଦାନ କରାଗଲେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ମାନସିକ ବିକାଶ ହୋଇପାରିବ । ଏକାଡେମୀ ଗଠନ ହେବା ଦିନ ଠାରୁ ଆଜକୁ 12 ବର୍ଷରୁ ଅଧିକ ସମୟ ହେଲା କଥିତ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ପାଇଁ ଦାବି ହୋଇ ଆସୁଛି । କୋଶଳୀ ଭାଷା ,ସାହିତ୍ୟ ଓ ସଂସ୍କୃତି ଏକାଡେମୀ କୋଶଳୀ ଭାଷା ଉପରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଏହି ଦାବି ଉପସ୍ଥାପନ କରଛନ୍ତି କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ । କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଅନୁସାରେ ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନର ପ୍ରାବଧାନ ରହିଛି ହେଲେ ପଶ୍ଚିମ ଓଡିଶାର ଶିଶୁମାନଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସେମାନଙ୍କ ମାତୃଭାଷା କୋଶଳୀରେ ଶିକ୍ଷାଦାନ ନିମନ୍ତେ କୌଣସି ସରକାର ବା ସରକାରୀ ସ୍ଥରରେ ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି ।

ପଶ୍ଚିମ ଓଡିଶାର କୋମଳମତି ଶିଶୁମାନଙ୍କ ଉପରେ କଥିତ ଭାଷାକୁ ବାଦ ଦେଇ ଓଡିଆ, ଇଂରାଜୀ ତଥା ଅନ୍ୟାନ୍ୟ ଭାଷାକୁ ଲଦି ଦେବାର ହୀନ ଚକ୍ରାନ୍ତ ହେଉଛି । ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ କୋଶଳୀ ଭାଷା ଶିକ୍ଷା ପ୍ରଦାନ କରି କୋଶଳୀ ଭାଷା ଶିକ୍ଷା ଆଧାରରେ ଓଡିଆ ,ଇଂରାଜୀ ,ସଂସ୍କୃତ ଅବା ହିନ୍ଦୀ ଆଦି ଶିକ୍ଷା ପ୍ରଦାନ କରିବା ପାଇଁ ଦାବି ହୋଇଛି । କୋଶଳୀ ଭାଷାରେ ଶିକ୍ଷା ନ ଦେବା ଫଳରେ ପିଢି ପରେ ପିଢି ଅତ୍ୟାବଶ୍ୟକ ବୌଦ୍ଧିକ ବିକାଶରୁ ବଞ୍ଚିତ ହେଉଥିବା ଶିକ୍ଷାବିତମାନେ ମତାମତ ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାର କୋଶଳୀ ଭାଷାକୁ ଏକ ସ୍ବତନ୍ତ୍ର ଭାଷା ଭାବେ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ କରିବା ପାଇଁ ଏକ ଫମ୍ପା ପ୍ରସ୍ତାବ 2014 ମସିହାରୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇ ଚୁପ୍ ହୋଇ ବସିଯାଇଛନ୍ତି , ଯାହା ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । କୋଶଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେଇ ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ଶିକ୍ଷାଦାନ ପାଇଁ ଏକାଡେମୀ ତରଫରୁ ଦାବି କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହା ଆନ୍ଦୋଳନ ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ଆଇନଜିବୀ ତଥା କୋଶଲୀ ନେତା ଗୋରେଖନାଥ ସାହୁ ।

ଇଟିିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.