ETV Bharat / state

ଦିବ୍ୟାଙ୍ଗ ପରିବାର ପ୍ରତି ପ୍ରଶାସନର ଅଣଦେଖା, ଭଙ୍ଗା କୁଡିଆରେ କଟୁଛି ଜୀବନ

author img

By

Published : Oct 4, 2020, 11:22 AM IST

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଖୁଣ୍ଟବନ୍ଧ ଗାଁର ଲକ୍ଷ୍ମୀ ହରିପାଲ ପରିବାରର ସମସ୍ତେ ଭିନ୍ନକ୍ଷମ । ହେଲେ ଏହି ଦିବ୍ୟାଙ୍ଗ ପରିବାର କଥା ସ୍ଥାନୀୟ ବିଧାୟକ ଜାଣି ମଧ୍ୟ ଚୁପ । ଘରେ ଖଣ୍ଡେ ଦେବେ କହି ଏଯାଏଁ ତାହା ମିଳି ପାରିଲା ନାହିଁ । ଶେଷରେ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ । ଅଧିକ ପଢନ୍ତୁ...

cursed  life  demands help
ଦିବ୍ୟାଙ୍ଗ ପରିବାର ପ୍ରତି ପ୍ରଶାସନର ଅଣଦେଖା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଖୁଣ୍ଟବନ୍ଧ ଗାଁର ଲକ୍ଷ୍ମୀ ହରିପାଲ। ବୟସ ୮୦ ଛୁଇଁଲାଣି। ପରିଣତ ବୟସ ହେତୁ ଶରୀର ଅବଶ ହେଲାଣି। ବଡ଼ଝିଅ 50 ବର୍ଷୀୟ ପଙ୍କଜିନୀ । ଗୋଡ ହାତ ନାହିଁ। ଗୁରୁଣ୍ଡି ଗୁରୁଣ୍ଡି ଅଣ୍ଟାରେ ଚାଲନ୍ତି। ସାନଝିଅ 45 ବର୍ଷୀୟ ଶକୁନ୍ତଳା ସମ୍ପୂର୍ଣ୍ଣ ଭିନ୍ନକ୍ଷମ। ଚାଲିବା ତ ଦୁରର କଥା,ବସିବା ଯାଗାରୁ ମଧ୍ୟ ଉଠି ବି ପାରନ୍ତି ନାହିଁ। ପରିବାରର ତିନିଜଣଙ୍କ ଯାକ ସମ୍ପୂର୍ଣ୍ଣ ଭିନ୍ନକ୍ଷମ। ଆଶ୍ଚର୍ଯ୍ୟର କଥା ହେଲା ଏହି ଦିବ୍ୟାଙ୍ଗ ପରିବାର କଥା ସ୍ଥାନୀୟ ବିଧାୟକ ମଧ୍ୟ ଜାଣନ୍ତି।

ଦିବ୍ୟାଙ୍ଗ ପରିବାର ପ୍ରତି ପ୍ରଶାସନର ଅଣଦେଖା

ଭୋଟ ସମୟରେ ପ୍ରଚାର ବେଳେ ଅସହାୟ ପଙ୍କଜିନୀ ଆସି ତାଙ୍କ ଦୁଃଖ ବିଧାୟକଙ୍କ ଆଗରେ କହିଥିଲେ। ବିଧାୟକ ତଥା ଅର୍ଥ ମନ୍ତ୍ରୀ ମଧ୍ୟ କହିଥିଲେ ସେ ପ୍ରଥମେ ତାଙ୍କ ପାଇଁ ଘର ଖଣ୍ଡିଏ କରିବେ । ହେଲେ ଏଯାଏଁ ତାହା ମିଳି ପାରିଲା ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ମାଳ ମାଳ ଯୋଜନା କାହାପାଇଁ। ଯଦି ଗୋଟିଏ ପରିବାରର ତିନି ତିନି ଜଣ ଦିବ୍ୟାଙ୍ଗ ଥାଇ ମଧ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ବା ମୋ କୁଡିଆ ଯୋଜନାରେ ଘରଟିଏ ବି ଯୋଗାଇ ଦିଆ ଯାଇ ପାରିନାହିଁ।

ସବୁଠୁ ଆଶ୍ଚର୍ଯ୍ୟର କଥା ପଙ୍କଜିନୀ ନିଜେ ଶତ ପ୍ରତିଶତ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ପାଖ ପଡ଼ୋଶୀଙ୍କ ସହଯୋଗରେ ନିଜେ ରୋଷେଇ କରି ମା ଓ ଭଉଣୀଙ୍କୁ ଖାଇବାକୁ ଦେଉଛନ୍ତି। ଏତେ ସବୁ ସତ୍ତ୍ବେ ମଧ୍ୟ ହାର ମାନି ନାହାଁନ୍ତି ପଙ୍କଜିନୀ। କିଛି ଅସାଧୁ ରାଜନେତା,ପ୍ରଭାବ ଶାଳୀ ବ୍ୟକ୍ତି ସରକାରଙ୍କ ସମସ୍ତ ଯୋଜନାକୁ ହରିଲୁଟ କରୁଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ପାଇଁ ପାଲଟିଛି ସାତସପନ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.