ETV Bharat / state

ସୁବର୍ଣ୍ଣପୁରରେ କ୍ରମାଗତ କାଳବୈଶାଖୀ ବର୍ଷା, ଡାଳୁଅ ଧାନ ଫସଲ ନଷ୍ଟ - subarnapur latest news

3ଦିନ ଧରି କାଳବୈଶାଖୀ ପ୍ରଭାବରେ ଅଦିନିଆ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ଡାଳୁଅ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ତୁହାକୁ ତୁହା ବର୍ଷାରେ ଉଜୁଡି ଯାଇଥିବା ଫସଲକୁ ଦେଖି ଚାଷୀ ହତାଶ ହୋଇ ପଡିଛି । ଚାଷୀ କ୍ଷତିଗ୍ରସ୍ତ ଚାଷର କ୍ଷତିପୂରଣ ଦାବି କରିଛି ।

ସୁବର୍ଣ୍ଣପୁରରେ କ୍ରମାଗତ କାଳବୈଶାଖୀ ବର୍ଷା, ଡାଳୁଅ ଧାନ ଫସଲ ନଷ୍ଟ

author img

By

Published : Apr 27, 2020, 12:21 PM IST

Updated : Apr 27, 2020, 12:33 PM IST

ସୁବର୍ଣ୍ଣପୁର: 3ଦିନ ଧରି କାଳବୈଶାଖୀ ପ୍ରଭାବରେ ଅଦିନିଆ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ଡାଳୁଅ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ ତୋଫାନ, କୁଆପଥର ଓ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି ।

ସୁବର୍ଣ୍ଣପୁରରେ କ୍ରମାଗତ କାଳବୈଶାଖୀ ବର୍ଷା, ଡାଳୁଅ ଧାନ ଫସଲ ନଷ୍ଟ

କାଳବୈଶାଖୀର ପ୍ରଭାବରେ ହୋଇଥିବା ତୁହା କୁ ତୁହା ବର୍ଷାରେ ଉଜୁଡି ଯାଇଥିବା ଫସଲକୁ ଦେଖି ଚାଷୀ ହତାଶ ହୋଇ ପଡିଛି । ଜିଲ୍ଲାରେ ଜଳସେଚନର ସୁବିଧା ଥିବା କେତେକ ଅଞ୍ଚଳରେ ଚାଷୀମାନେ ଖରାଦିନିଆ ରବି ଧାନ ଚାଷ କରିଥାନ୍ତି । ମହାନଦୀ ଓ ତେଲନଦୀ କୂଳରେ ଉଠା ଜଳସେଚନ ପ୍ରକଳ୍ପରୁ ପାଣି ମଡାଇ ଡାଳୁଅ ଧାନ କରୁଥିବାର ଦେଖାଯାଏ । ବିନିକା ,ଡୁଙ୍ଗୁରିପାଲି ବ୍ଲକରେ ଚାଷୀଙ୍କ ଝାଳ ବୁହା ପରଶ୍ରମର ଫଳ ପାଣିରେ ଭାସୁଛି । ଖାଲି ଧାନ ନୁହେଁ ବ୍ୟାପକ ପରିମାଣର ପନିପରିବା ଫସଲ ବି ନଷ୍ଟ ହୋଇଛି । ମୁଗ ଓ ଚିନାବାଦାମ ଆଦି ଫସଲ ବି କ୍ଷତିଗ୍ରସ୍ତ ହୋଇଛି । ଚାଷୀ କ୍ଷତିଗ୍ରସ୍ତ ଚାଷର କ୍ଷତିପୂରଣ ଦାବି କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 27, 2020, 12:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.