ETV Bharat / state

ଭାଙ୍ଗିଲା ଚକ, ଅଟକିଲା ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥ

author img

By

Published : Jun 21, 2023, 10:12 PM IST

ସୁବର୍ଣ୍ଣପୁର ସହରରେ ଆୟୋଜିତ ରଥଯାତ୍ରାରେ ବିଗ୍ରହମାନଙ୍କ ରଥ ଗୁଡିକର ବିଭିନ୍ନ କାଠ ଭାଙ୍ଗି ଯିବାରୁ ରଥ ଗୁଡିକ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପହଞ୍ଚିପାରିନାହିଁ । ଏହାକୁ ନେଇ ଦେବୋତ୍ତର ବିଭାଗର ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

ଭାଙ୍ଗିଲା ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥର ଚକ
ଭାଙ୍ଗିଲା ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥର ଚକ
ଭାଙ୍ଗିଲା ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥର ଚକ

ସୁବର୍ଣ୍ଣପୁର: ଚକ ଭାଙ୍ଗିବାରୁ ଅଟକିଲା ରଥ । ଏପରି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ। ଗତକାଲି ରାଜପ୍ରାସାଦ ନିକଟବର୍ତ୍ତୀ ଶ୍ରୀ ବଡ ଜଗନ୍ନାଥ ମନ୍ଦିରରୁ ତିନି ବିଗ୍ରହଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୁଢ କରାଯାଇଥିଲା । ପରମ୍ପରାକ୍ରମେ ଆଜି ଅପରାହ୍ନରେ ବିଗ୍ରହଙ୍କ ରଥସବୁ ମାଉସୀ ମା' ମନ୍ଦିରକୁ ଟଣାଯାଇଥିଲା । ତେବେ ଆଜି ବିଗ୍ରହମାନଙ୍କ ରଥ ଗୁଡିକର ବିଭିନ୍ନ କାଠ ଭାଙ୍ଗି ଯିବାରୁ ରଥ ଗୁଡିକ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପହଞ୍ଚି ପାରିନାହିଁ । ଶ୍ରୀ ବଳଭଦ୍ରଙ୍କ ରଥ ସମେତ ଦେବୀ ଶୁଭଦ୍ରା ଓ ଶ୍ରୀ ବଡ ଜଗନ୍ନାଥଙ୍କ ରଥ ବି ବାଟରେ ଅଟକି ରହିଛି । ଶ୍ରୀ ବଡ ଜଗନ୍ନାଥଙ୍କ ରଥ ରଥଖଳାରୁ ମଝିପଡା ଦେଇ ଶ୍ରୀ ଗୁଣ୍ଡିଚାକୁ ଅଗ୍ରସର ହେଉଥିବା ସମୟରେ ବାଟ ମଝିରେ ବିଜୁ ପଟ୍ଟନାୟକ ଛକ ନିକଟରେ ଶ୍ରୀ ବଡ ଜଗନ୍ନାଥଙ୍କ ରଥର ଗୋଟିଏ ଚକ ଭାଙ୍ଗି ଯାଇଥିଲା ।

ସେହିପରି ଦେବୀ ଶୁଭଦ୍ରା ଓ ଶ୍ରୀ ବଳଭଦ୍ରଙ୍କ ରଥର କାଠ ଗୁଡିକ ଠିକ ଭାବରେ ଖଞ୍ଜା ଯାଇ ନଥିବାରୁ ରଥ ଟାଣିବା ସମୟରେ ରଥ ଗୁଡିକ ଦୋଳାୟମାନ ଅବସ୍ଥାରେ ଆଗକୁ ଯାଉଛି । ରଥରେ ଖଞ୍ଜା ଯାଇଥିବା କାଠ ଗୁଡିକ ଅତି ପୁରୁଣା ହୋଇଥିବାରୁ ରଥର ଅନେକ କାଠ ରଥ ଟାଣିବା ସମୟରେ ଭାଙ୍ଗି ଯାଉଛି । ଫଳରେ ରଥଯାତ୍ରାରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ଆଜକୁ ପ୍ରାୟ ଦଶନ୍ଧି ପୂର୍ବରୁ ବିଗ୍ରହମାନଙ୍କ 3ଟି ରଥ ନୂତନ ଭାବେ ନିର୍ମାଣ କରାଯାଇଥିଲା । ହେଲେ ସେହି ସମୟରେ ବି ପୁରୁଣା ରଥର ଭଲଥିବା ଅନେକ କାଠ ନୂତନ ରଥରେ ଖଞ୍ଜା ଯାଇଥିବା ଜାଣିବାକୁ ମିଳିଛି । ଆଜକୁ ପ୍ରାୟ ଗୋଟିଏ ଦଶନ୍ଧିରୁ ଅଧିକ ହେଲା ରଥ ନୂତନ ଭାବେ ନିର୍ମାଣ କରାଯାଉ ନଥିବାରୁ ବିଗ୍ରହମାନେ ପହଣ୍ଡି ହେବା ପରି ରଥଗୁଡିକ ଆଗକୁ ଯାଉଛି ।

ତେବେ ପୂର୍ବରୁ ଜିଲ୍ଲା ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳଙ୍କୁ ରଥ ନିର୍ମାଣ ପାଇଁ ଦେବୋତ୍ତର କମିଟି ଓ ରଥଯାତ୍ରା କମିଟି ନିବେଦନ କରିଥିଲେ । ଏପରିକି ଅର୍ଥ ସଂକଟ ଥିବାରୁ ଅନ୍ତତଃ ଚକ ସବୁ ନୂତନ ଭାବେ ନିର୍ମାଣ କରି ଚକରେ ଲଗାଯାଉଥିବା ଲୁହା ଗୁଡିକ ନୂତନ ଭାବେ ଲଗାଇବାକୁ ଦାବି କରିଥିଲେ । ହେଲେ ଦେବୋତ୍ତର କମିଟି ବୈଠକରେ ନିଆଯାଉଥିବା ନିଷ୍ପତ୍ତି ପରବର୍ତ୍ତୀ ସମୟରେ ବଦଳାଇ ଦେବା ସହିତ ଦେବୋତ୍ତର ଅଧିକାରୀ ପର୍ବ ପର୍ବାଣୀ ପାଳନରେ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି । ଗତ ଦୁଇ ଦିନ ତଳେ ରତ୍ନଭଣ୍ଡାରରେ ଦେବାଦେବୀଙ୍କ ସୁନା ଓ ରୂପା ଆଭୂଷଣର ସୁରକ୍ଷା ଓ ମରାମତିକୁ ନେଇ ଦେବୋତ୍ତର କମିଟିର ସଭ୍ୟମାନେ ପ୍ରଶ୍ନ ଉପସ୍ଥାପନ କରିଥିଲେ।

ଆଜି ପୁଣି ଶ୍ରୀ ବଡ ଜଗନ୍ନାଥଙ୍କ ରଥ ଶ୍ରୀ ଗୁଣ୍ଡିଚା ଗୁଡିକୁ ପହଞ୍ଚି ପାରି ନଥିବାରୁ ଆଜି ଶ୍ରଦ୍ଧାଳୁ , ସହରବାସୀ ତଥା ଦେବୋତ୍ତର କମିଟିର ସଭ୍ୟମାନେ ଏଥିପାଇଁ ଜିଲ୍ଲା ଦେବୋତ୍ତର ବିଭାଗକୁ ଦାୟୀ କରିଛନ୍ତି । ରାଜ ରାଜୁଡା ଅମଳରୁ ଦେବାଦେବୀଙ୍କ ପାଇଁ ପ୍ରଚୁର ସୂନା ରୂପା ଗହଣା ବ୍ୟବସ୍ଥା କରାଯାଇ ଥିବାବେଳେ ଦେବୋତ୍ତର ବିଭାଗର ଦାୟିତ୍ବହୀନତା ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଦେବୋତ୍ତର ବିଭାଗରେ ଆର୍ଥିକ ସଙ୍କଟ ଦେଖାଦେବା ସହ ପର୍ବପର୍ବାଣି ଠିକ ଭାବେ ପାଳନ କରାଯାଇପାରୁନଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.