ETV Bharat / state

ରାସ୍ତା ବିକାଶ ନାଁରେ ଲକ୍ଷାଧିକ ଟଙ୍କା ବାଟ ମାରଣା ଅଭିଯୋଗ - corruption in road construction in Subarnapur

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଲସ୍ତଲା ଗାଁରୁ ଉଲୁଣ୍ଡା ମହାଦେବ ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତି କରଣ ନାଁରେ ଲକ୍ଷାଧିକ ଟଙ୍କା ବାଟ ମାରଣା ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

corruption in road construction in Subarnapur
ରାସ୍ତା ବିକାଶ ନାଁରେ ଲକ୍ଷାଧିକ ଟଙ୍କା ବାଟ ମାରଣା
author img

By

Published : Sep 28, 2020, 6:51 AM IST

ସୁବର୍ଣ୍ଣପୁର:ଜିଲ୍ଲାର ଉଲୁଣ୍ଡା ବ୍ଲକ ଲସ୍ତଲା ଗାଁରୁ ଉଲୁଣ୍ଡା ମହାଦେବ ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତି କରଣ ନାଁରେ ଲକ୍ଷାଧିକ ଟଙ୍କା ବାଟ ମାରଣା ହୋଇଥିବା ଅଭିଯୋଗ ହୋଇଛି । ଗାଁ ଲୋକେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଶ୍ରମିକଙ୍କ ମଜୁରୀ ଅର୍ଥ ତୋଷାରପାତ କରିଥିବା ଅଭିଯୋଗ କରିଛନ୍ତି ।

ଶ୍ରମିକମାନେ କାମ ନ କରି ତାଙ୍କ ନାଁରେ ମଜୁରୀ ଉଠାଇ ସରକାରୀ କର୍ମଚାରୀମାନେ ହଡପ କରିଛନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ରାସ୍ତାରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ପ୍ରସାରଣ ହେବା ପରେ ରାତାରାତି ସୂଚନା ଫଳକ ତିଆରି କରାଯାଇଛି । ହେଲେ ରାସ୍ତା ଉନ୍ନତି କରଣର ବିଲ ହୋଇ ସାରିଥିଲେ ବି ସୂଚନା ଫଳକରେ ଏଯାଏଁ କିଛି ଲେଖାଯାଇ ନାହିଁ ।

ରାସ୍ତା ବିକାଶ ନାଁରେ ଲକ୍ଷାଧିକ ଟଙ୍କା ବାଟ ମାରଣା

ବ୍ଲକ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଏହି ରାସ୍ତା କାମ ପାଇଁ ଚାରି ଲକ୍ଷ ସତର ହଜାରରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି । 376 ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବେଳେ 2037 ଜଣ ଶ୍ରମିକ କାର୍ଯ୍ୟ କରିଥିବା ଜଣାପଡିଛି । ହେଲେ ଜଣେ ଶ୍ରମିକ ଦାଶରଥି କର୍ଣ୍ଣ 6 ଦିନ କାମ କରି 1242 ଟଙ୍କା ପାଇଥିବା ମାଷ୍ଟର ରୋଲରେ ଦର୍ଶାଯାଇଥିବା ବେଳେ ଶ୍ରମିକ ଜଣକ କାର୍ଯ୍ୟ କରି ନାହଁ କି ମଜୁରୀ ନେଇ ନ ଥିବା କହିଛନ୍ତି ।

ଏହିଭଳି ଆହୁରି ଅନେକ ଶ୍ରମିକଙ୍କ ମଜୁରୀ ବାଟମାରଣା ହୋଇଥିବାରୁ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.