ETV Bharat / state

ସୁବର୍ଣ୍ଣପୁରରେ ବଢୁଛି ସଂକ୍ରମଣ, ଦ୍ବିତୀୟ ଲହରରେ ଗଲାଣି 23 ଜୀବନ - ସୁବର୍ଣ୍ଣପୁର

ଜିଲ୍ଲାରେ କୋରୋନା ମୃତ୍ୟୁ ଜିଲ୍ଲାବାସୀଙ୍କୁ ଭୟଭୀତ କରିଛି। କୋଭିଡ ଦ୍ଵିତୀୟ ଲହରର ଜିଲ୍ଲାରେ 23 ଜଣଙ୍କର କୋରୋନାରେ ମୃତ୍ୟୁ ହେଲାଣି। 24 ଘଣ୍ଟାରେ ପୁଣି 149 ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

ଦ୍ବିତୀୟ ଲହରରେ ଗଲାଣି 23 ଜଣଙ୍କ ଜୀବନ
ଦ୍ବିତୀୟ ଲହରରେ ଗଲାଣି 23 ଜଣଙ୍କ ଜୀବନ
author img

By

Published : May 9, 2021, 12:59 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ କୋରୋନା ମୃତ୍ୟୁ ଜିଲ୍ଲାବାସୀଙ୍କୁ ଭୟଭୀତ କରିଛି। କୋଭିଡ ଦ୍ଵିତୀୟ ଲହରର ଜିଲ୍ଲାରେ 23 ଜଣଙ୍କର କୋରୋନାରେ ମୃତ୍ୟୁ ହେଲାଣି। 24 ଘଣ୍ଟାରେ ପୁଣି 149 ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି। ଏବେ କୋଭିଡ ଅସ୍ଥାୟୀ ଚିକିତ୍ସାଳୟ ସମେତ ଘରେ ମୋଟ 1320 ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଦ୍ବିତୀୟ ଲହରରେ ଗଲାଣି 23 ଜଣଙ୍କ ଜୀବନ

ତେବେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାରେ ସଟଡାଉନ ହୋଇଥିବା ବେଳେ ରାତ୍ରିକାଳୀନ କର୍ଫ୍ୟୁ ବି ବଳବତ୍ତର ରହିଛି।

ତଥାପି ପ୍ରତିଦିନ ହାରାହାରି 100ରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଲୋକେ କୋଭିଡ ଟୀକା ନେବା ପାଇଁ ଚିକିତ୍ସାଳୟରେ ସମାଗମ ହେଉଥିବା ବେଳେ ଜିଲ୍ଲାରେ ଆହୁରି 31 ହଜାରରୁ ଅଧିକ ଲୋକ ଟିକା ନେବା ପାଇଁ ରେଜିଷ୍ଟ୍ରେସନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.