ETV Bharat / state

ଭାରତ ତାଲା ବନ୍ଦ, ଗଛ ପକାଇ ଗାଁ ପ୍ରବେଶ ପଥ ସିଲ୍ କଲେ ଯୁବକ - କୋରୋନା ଲକଡାଉନ

ପଞ୍ଚମ ଦିନରେ ପହଞ୍ଚିଛି କୋରୋନା ଲକଡାଉନ । ସୁବର୍ଣ୍ଣପୁର ଜିଲ୍ଲାର ଗାଁ ଗହଳିରୁ ଆରମ୍ଭ କରି ସହର ଯାଏଁ ଲକଡାଉନର ପ୍ରଭାବ ବେଶି ଦେଖିବାକୁ ମିଳିଛି । ରାସ୍ତାରେ ଗଛ ପକାଇ ଗାଁର ପ୍ରବେଶ ପଥ ସିଲ ରଖିଛନ୍ତି ଯୁବକ । ଅଧକ ପଢନ୍ତୁ...

ଭାରତ ତାଲା ବନ୍ଦ, ଗଛ ପକାଇ ଗାଁ ପ୍ରବେଶ ପଥ ସିଲ୍ କଲେ ଯୁବକ

author img

By

Published : Mar 29, 2020, 11:33 AM IST

Updated : Mar 29, 2020, 11:43 AM IST

ସୁବର୍ଣ୍ଣପୁର: ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସାରା ଦେଶରେ ଜାରି ରହିଛି ଲକଡାଉନ । ଓଡିଶାରେ ମଧ୍ୟରେ ଏହି ଲକଡାଉନକୁ କଡକଡି ପାଳନ କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲାର ଗାଁ ଗହଳିରୁ ଆରମ୍ଭ କରି ସହର ଯାଏଁ ଲକଡାଉନର ପ୍ରଭାବ ବେଶି ଦେଖିବାକୁ ମିଳିଛି ।

ଭାରତ ତାଲା ବନ୍ଦ, ଗଛ ପକାଇ ଗାଁ ପ୍ରବେଶ ପଥ ସିଲ୍ କଲେ ଯୁବକ

ଜିଲ୍ଲାର ଲେହେଡି, ଲଙ୍କାବାହାଲ, ମୁଣ୍ଡଘାଟ, ଭୀମଭୋଇ ଖଲିଆପାଲି ଆଦି ଅନେକ ଗାଁରେ ଯୁବକ ମାନେ ନିଜନିଜ ଗାଁକୁ ଜଗିଛନ୍ତି । ରାସ୍ତାରେ ଗଛ ପକାଇ ଗାଁର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଜରୁରୀ କାମରେ ଯଦି କେହି ବାହାରକୁ ଯାଉଛି ତାହେଲେ ଗାଁକୁ ଫେରି ସାବୁନରେ ହାତ ଧୋଇସାରିବା ପରେ ଯାଇ ଗାଁକୁ ପ୍ରବେଶ କରୁଛନ୍ତି । ବାହାରେ ବୁଲୁଥିବା ଲୋକଙ୍କୁ ସଚେତନ କରାଯାଉଛି । ଗାଁରୁ ସହର ଯାଏଁ ଲୋକେ ସଚେତନ ହେଲେ ନିଶ୍ଚୟ କୋରୋନା ଭଳି ମାରାତ୍ମକ ଭାଇରସରୁ ଆମେ ମୁକ୍ତି ପାଇପାରିବା ଏଥିରେ କୋଣସି ସନ୍ଦେହ ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Mar 29, 2020, 11:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.