ସୁବର୍ଣ୍ଣପୁର: ଜିଲ୍ଲାରେ ମାକ୍ସ ଓ ସାଇନାଇଜରର ଅଭାବ ଦେଖାଦେଇଛି । କୋରୋନା ସଂକ୍ରମଣ ଭୟରେ ଜନସାଧାରଣ ଔଷଧ ଦୋକାନ ଗୁଡିକୁ ଯାଇ ମାକ୍ସ ଓ ସାନିଟାଇଜର ମାଗୁଛନ୍ତି । ହେଲେ ଔଷଧ ଦୋକାନଗୁଡିକରେ ମାକ୍ସ ଓ ସାନିଟାଇଜର ମିଳୁ ନଥିବାରୁ ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି । ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ବିଭିନ୍ନ କମ୍ପାନୀକୁ ମାକ୍ସ ଓ ସାନିଟାଇଜର ତୁରନ୍ତ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।
ଶୁକ୍ରବାର ସଂଘ କାର୍ଯ୍ୟାଳୟରେ କୋରୋନା ଉପରେ ଆୟୋଜିତ ଏକ ସଚେତନତା କର୍ମଶାଳାରେ ସାନିଟାଇଜର ବଦଳରେ ସ୍ପିରିଟ ଓ ଆଲକୋହଲ ଥିବା ଦ୍ରବ୍ୟ ତଥା ସାବୁନ ଆଦି ସାନିଟାଇଜର ଭାବେ ବ୍ୟବହାର କରିବାକୁ ସଂଘର ସଭ୍ୟମାନେ ପରାମର୍ଶ ଦେଇଛନ୍ତି । ସେହିପରି ସୋସିଆଲ ଡିସଟାନ୍ସ ରକ୍ଷା କରିବା ସହିତ ଜନସମାଗମରୁ ଦୂରତ୍ବ ରକ୍ଷା କରିବାକୁ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ