ETV Bharat / state

ଗିରଫ ହେଲେ କଂଗ୍ରେସ ଯୁବ ସଭାପତି

author img

By

Published : Feb 1, 2021, 9:48 PM IST

ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଥାନା ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ଗିରଫ ହେଲେ କଂଗ୍ରେସ ଯୁବ ସଭାପତି

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଥାନା ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରିୟବ୍ରତ ଗ୍ରାମ ପଞ୍ଚାୟତର ଜିଆରଏସ ନାରାୟଣ ମଲ୍ଲିକଙ୍କୁ ଗତ ଜାନୁଆରୀ 25 ତାରିଖରେ କାନପୁର ଛକରେ ମାଡ଼ ମାରିଥିବା ବିରମହରାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ତେବେ ପୋଲିସ ଅଭିଯୁକ୍ତ ପ୍ରିୟବ୍ରତକୁ ଗିରଫ କରି ନଥିବାରୁ ଆଜି ବିରମହରାଜପୁର ବ୍ଲକ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳଙ୍କ ପାଖରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ତେବେ କର୍ମଚାରୀଙ୍କ ଆନ୍ଦୋଳନ ଚାପରେ ପୋଲିସ ଆଜି ଧାରା 341, 294, 323, 506, 427 ଓ 332 ଭାରତୀୟ ପିଙ୍ଗଳ କୋଡ଼ ଅନୁଯାୟୀ ଅଭିଯୁକ୍ତ ପ୍ରିୟବ୍ରତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ କାରାଗାରକୁ ପଠେଇ ଦିଆଯାଇଥିବା ଜଣା ପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.