ETV Bharat / state

ସୁବର୍ଣ୍ଣପୁରରେ ଶୀତର ପସରା: ମନମୋହୁଛି କାକର ଛିଟା, ପାର୍କରେ ଜମୁଛି ଭିଡ - ସୁବର୍ଣ୍ଣପୁରରେ ଶୀତର ଲହରୀ

ଏବେ ଚାରିଆଡେ ଶୀତର ରାଜୁତି । ଘନ କୁହୁଡି ସହିତ ହାଲୁକା ହାଲୁକା ପବନରେ ଥରୁଛି ସାରା ସୁବର୍ଣ୍ଣପୁର । ଅଧିକ ପଢନ୍ତୁ

ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର
ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର
author img

By

Published : Dec 20, 2021, 3:10 PM IST

ସୁବର୍ଣ୍ଣପୁର: ଏବେ ଚାରିଆଡେ ଶୀତର ରାଜୁତି । ଘନ କୁହୁଡି ସହିତ ହାଲୁକା ହାଲୁକା ପବନରେ ଥରୁଛି ସାରା ସୁବର୍ଣ୍ଣପୁର । ଶୀତରେ ସାରା ଜୀବଜଗତ ଜଡ ପାଲଟି ଯାଉଥିବାବେଳେ ଦେହକୁ ଉଷୁମ ରଖିବା ପାଇଁ ଲୋକେ ନିଆଁ ସହିତ ଗରମ ଚା କଫିର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଖରା ଯୋଗୁଁ ସୁବର୍ଣ୍ଣପୁର ପ୍ରତିବର୍ଷ ଚର୍ଚ୍ଚାର ପରିସରକୁ ଆସୁଥିବାବେଳେ ଏଥର ଶୀତର ବି ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର

ଚାରିଆଡେ ଜୀବଜଗତ କରୁଛି ଶୀତର ଅନୁଭବ । ସାରା ପରିବେଶ ଘନ କୁହୁଡିର ଆସ୍ତରଣ ଭିତରେ ଲୁଚି ରହୁଛି । ପ୍ରବଳ ଶୀତ ସହିତ ହାଲୁକା ହାଲୁକା ପବନ ଓ ସବୁଜିମାରେ କାକରର ଛିଟା ବେଶ ମନମୁଗ୍ଧକର ହେଉଛି । ସତେ ଯେମତି ହାଡଭଙ୍ଗା ଶୀତ ରାଜୁତି କରୁଛି ସାରା ଜିଲ୍ଲାରେ । ରାଜ୍ୟରେ କେବେ ସୁବର୍ଣ୍ଣପୁର ସର୍ବନିମ୍ନ ପାରଦକୁ ଛୁଇଁବ ସବୁଠି ସେହି ଚର୍ଚ୍ଚା । ସଂଧ୍ୟା ନଇଁଲେ ଆରମ୍ଭ ହୋଇଯାଉଛି ଶୀତ ଯାହା ପର ଦିନ ପ୍ରାୟ ୧୦ଟା ଯାଏଁ ରହୁଛି । ଶୀତ ପାଇଁ ଏବେ ସାରା ଜୀବଜଗତ ଅସ୍ତବ୍ୟସ୍ତ ହୋଇ ପଡିଛି । ମଣିଷ ସହିତ ପଶୁ ପକ୍ଷୀ ବି ଶୀତର ମାଡରେ ବେହାଲ ହେଉଛନ୍ତି ।

ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର
ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର
ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର
ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର

ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ବେଶ ଅଧିକ ଅନୁଭୂତ ହେଉଛି । ନିହାତି ଆବଶ୍ୟକ ନଥିଲେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି । ଦୋକାନ ବଜାର ବି ବେଶ ବିଳମ୍ବରେ ଖୋଲୁଛି । ଶୀତ ପାଇଁ ବ୍ୟବସାୟ ବି ମାନ୍ଦା ପଡିଛି । ତେବେ ସହରାଞ୍ଚଳରେ ଲୋକେ ନିଜ ଶରୀରକୁ ସୁସ୍ଥ ରଖିବା ପାହାନ୍ତିଆରେ ପରିଭ୍ରମଣ ତଥା ପାର୍କକୁ ଯାଇ ବିଭିନ୍ନ ପ୍ରକାରର ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି । ବିଶେଷକରି ସ୍ବାସ୍ଥ୍ୟ ସଚେତନ ଲୋକେ ବ୍ୟାୟାମ କରି ଦେହକୁ ଉଷୁମ ରଖିବା ସହିତ ଶୀତର ବେଶ ମଜା ନେଉଥିବା ଦେଖିବାକୁ ମିଳୁଛି । ଏହି ବେଳାରେ ପୌରପରିଷଦ ପକ୍ଷରୁ ନିରାଶ୍ରୟ, ଗୃହହୀନଙ୍କୁ ଶୀତ ଦାଉରୁ ରକ୍ଷା କରିବାକୁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି ।

ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର
ଶୀତରେ ଥରୁଛି ସାରା ସୁବର୍ଣ୍ଣପୁର

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.