ସବୁର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଲ ଗାଁର ଚନ୍ଦ୍ର ଶେଖର ବିଶି ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ତିଆରି କରୁଥିବାବେଳେ ପଡୋଶୀ ବାବାଜୀ ନେଗୀ ଓ ତାଙ୍କ ପୁଅ ଅଭୟ ବାଧା ଦେଉଥିବା ଅଭିଯୋଗ କରିଛନ୍ତି । ପଡୋଶୀ ଘର ତିଆରି କରିବାକୁ ବାରଣ କରୁଥିବାବେଳେ ଚନ୍ଦ୍ର ଶେଖରଙ୍କ ଯାଗାକୁ ନିଜ ଜାଗା ବୋଲି ଦାବି କରୁଥିବା ଚନ୍ଦ୍ର ଶେଖର କହିଛନ୍ତି ।
ପଡୋଶୀ ବାରଣ କରିବା ପରେ ଚନ୍ଦ୍ର ଶେଖର ବୀରମହରାଜପୁର ଥାନାରେ ନିଜ ଭାଇ ଓ ମାଆଙ୍କ ସହିତ ଯାଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ବି ଘଟଣାସ୍ଥଳକୁ ଯାଇ ପ୍ରଥମେ ଚନ୍ଦ୍ର ଶେଖରଙ୍କୁ ଘର ତିଆରି ପାଇଁ ଅନୁମତି ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଚନ୍ଦ୍ର ଶେଖରକୁ ବାରଣ କରିଥିଲେ । ତେବେ ଘଟଣାଟି ମାସେରୁ ଅଧିକ ସମୟ ହେବା ପରେ ଚନ୍ଦ୍ର ଶେଖର ନ୍ୟାୟ ପାଇବା ଆଶାରେ ନିଜ ମାଆ ସହ ଆସି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିଲେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ କହିଛନ୍ତି । ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ