ETV Bharat / state

ସୁବର୍ଣ୍ଣପୁରରେ ରାତ୍ରିକାଳୀନ କର୍ଫ୍ୟୁ: ଅସାମାଜିକ ବ୍ୟକ୍ତିଙ୍କ ନିୟମ ଉଲଂଘନ - violate night curfew subarnapur

ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲି ଠାରୁ ନାଇଟ କର୍ଫ୍ୟୁ ବା ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି । ଗତକାଲି ପ୍ରଥମ ରାତିରେ ସହରର ଅନେକ ଯାଗାରେ କର୍ଫ୍ୟୁ ଉଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ରାତ୍ରିକାଳୀନ କର୍ଫ୍ୟୁ: ଅସାମାଜିକ ବ୍ୟକ୍ତିଙ୍କ ନିୟମ ଉଲଂଘନ

author img

By

Published : Apr 18, 2021, 10:03 PM IST

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲି ଠାରୁ ନାଇଟ କର୍ଫ୍ୟୁ ବା ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି । ଗତକାଲି ପ୍ରଥମ ରାତିରେ ସହରର ଅନେକ ଯାଗାରେ କର୍ଫ୍ୟୁ ଉଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଓ ଜିଲ୍ଲା ପ୍ରଶାସନର ଆଦେଶକୁ ସଦର ପୌର ପରିଷଦ ଡ଼ାକବାଜି ଯନ୍ତ୍ର ସହାୟତାରେ ଘୋଷଣା କରିଛି । ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଯାଉଥିବାବେଳେ ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରାତ୍ରିକାଳୀନ କର୍ଫ୍ୟୁ ପାଳନ କରାଯାଉଛି ।

ସୁବର୍ଣ୍ଣପୁରରେ ରାତ୍ରିକାଳୀନ କର୍ଫ୍ୟୁ: ଅସାମାଜିକ ବ୍ୟକ୍ତିଙ୍କ ନିୟମ ଉଲଂଘନ

ସନ୍ଧ୍ୟା ସମୟରୁ ସହରର ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରି ଦେଉଛନ୍ତି । ରାତି ନଅଟା ବେଳକୁ ସାରା ସହର ଜନମାନବ ଶୂନ୍ୟ ହୋଇ ପଡ଼ୁଛି । ଗତକାଲି ଜିଲ୍ଲାରେ 6 ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଷୋହଳ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଜିଲ୍ଲାରେ ଏବେ ମୋଟ 141 ଜଣ କୋରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।

ତେବେ ସ୍ୱତଃ ସହରବାସୀ ରାତ୍ରିକାଳୀନ କର୍ଫ୍ୟୁ ପାଳନ କରୁଥିବାବେଳେ କିଛି ଅସାମାଜିକ ତତ୍ୱ କର୍ଫ୍ୟୁ ଉଲଂଘନ କରୁଥିବା ଦେଖିବାକୁ ମିଳିଛି । କାଁ ଭାଁ ଗାଡି ମୋଟର ଚଳାଚକ ଓ ଜରୁରିକାଳୀନ ସେବାକୁ ବାଦ ଦେଲେ ସାରା ସହର ସମ୍ପୂର୍ଣ୍ଣ ବନ୍ଦ ରହୁଛି । ସଦର ପୌର ପରିଷଦ ପକ୍ଷରୁ ସହରର ସମସ୍ତ ପଡାରେ କର୍ଫ୍ୟୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଛି । ତେବେ କୋରୋନାର ଦ୍ଵିତୀୟ ଲହର ଜିଲ୍ଲାବାସୀଙ୍କୁ ଭୟଭୀତ କରିଥିବା ଅନୁମାନ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.