ସମ୍ବଲପୁର: ସମ୍ବଲପୁର ବୁର୍ଲାରେ ବିଭିନ୍ନ ପାଥୋ କ୍ଲିନିକ ଗୁଡିକରେ ଚଢାଉ କରାଯାଇଛି । ଗୁରୁବାର ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ବୁର୍ଲାରେ ପହଞ୍ଚି ବିଭିନ୍ନ ପାଥୋ କ୍ଲିନିକରେ ଚଢ଼ାଉ କରିଛନ୍ତି ।
ସୂଚନା ଅନୁଯାୟୀ, ବିଭିନ୍ନ ସମୟରେ ପାଥୋ କ୍ଲିନିକ ଗୁଡ଼ିକର ଲୋକମାନେ ଠକେଇ ଓ ଅଧିକ ଖର୍ଚ୍ଚାନ୍ତ ହେବାର ଅଭିଯୋଗ ହୋଇଥାଏ। ଏହି ଅଭିଯୋଗ ଆଧାରରେ ଗତ ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ମେଡିକାଲ ପରିଦର୍ଶନରେ ଯାଇଥିଲେ ।
ଏହାପରେ ଗୁରୁବାର ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଅତିରିକ୍ତ ତହସିଲଦାର ଓ ବୁର୍ଲା ପୋଲିସର ଉପସ୍ଥିତିରେ ସହରର ବିଭିନ୍ନ ସ୍ଥାନରେ ଥିବା ପାଥୋ ଲ୍ୟାବ ଗୁଡିକରେ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରିଛି।
ଗୁରୁବାର ମୋଟ 27ଟି ପାଥୋ କ୍ଲିନିକରେ ଚଢ଼ାଉ ହୋଇଥିବାବେଳେ 2ଟିକୁ ସିଲ କରାଯାଇଛି । ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ