ETV Bharat / state

ବଢିଚାଲିଛି ଦୁର୍ନୀତି, ପଦକ୍ଷେପ ନନେଲେ ଆନ୍ଦୋଳନ ପାଇଁ ବିଜେପିର ଚେତାବନୀ - BJP

ବୀରମହାରାଜପୁର ପଞ୍ଚାୟତ ସମିତିର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ବିଜେପି ଦାବି କରିଛି । ପ୍ରଶାସନିକ ତଦାରଖ ଅଭାବରୁ ବିକାଶ ମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ନଜରକୁ ଆସିବା ପରେ ଜିଲ୍ଲା ବିଜେପି କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ପାଖରେ ଦାବି ରଖିଛି । ଅଧିକ ପଢନ୍ତୁ...

ପଦକ୍ଷେପ ନନେଲେ ଆନ୍ଦୋଳନ କରିବାକୁ ବିଜେପିର ଚେତାବନୀ

author img

By

Published : May 7, 2021, 12:08 PM IST

ସୁବର୍ଣ୍ଣପୁର: ବୀରମହାରାଜପୁର ପଞ୍ଚାୟତ ସମିତିର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ବିଜେପି ଦାବି କରିଛି । ପ୍ରଶାସନିକ ତଦାରଖ ଅଭାବରୁ ବିକାଶ ମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ନଜରକୁ ଆସିବା ପରେ ଜିଲ୍ଲା ବିଜେପି କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ପାଖରେ ଦାବି ରଖିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତାର ପ୍ରମାଣ ମିଳିବା ପରେ ବି ପ୍ରଶାସନ ନୀରବ ହୋଇ ରହିଥିବା ବିଜେପିର ବରିଷ୍ଠ ନେତା ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।

ପଦକ୍ଷେପ ନନେଲେ ଆନ୍ଦୋଳନ କରିବାକୁ ବିଜେପିର ଚେତାବନୀ

ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ଏହି ଅନିୟମିତତା ହୋଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ ବିଡିଓ, ସହକାରୀ ଯନ୍ତ୍ରୀ, ଏପିଓ, ସଂଗ୍ରାମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଡିପିଟିଏ ଓ ଜିଆରଏସଙ୍କୁ ଗତ ଏପ୍ରିଲ 20ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଚିଠି ପାଇବାର 7 ଦିନ ଭିତରେ କାରଣ ନ ଦର୍ଶାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ସରକାରୀ ଯୋଜନାରେ ଅନିୟମିତତା ହୋଇଥିବା ଗ୍ରାମବାସୀ ପୂର୍ବରୁ ଅଭିଯୋଗ କରି ଆସୁଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପୂର୍ଣ୍ଣ ନ ହୋଇ ବିଲ ହୋଇଥିବା, ୱେଟିଂ ଲିଷ୍ଟରେ ଥିଲେ ବି ଆବାସ କାର୍ଯ୍ୟାଦେଶ ମିଳିଥିବା, ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟ ହୋଇଥିବା ଓ ଗାଁ ପୋଖରୀରେ ଅନେକ ଯୋଜନାରୁ ଅନୁଦାନ ଦେଇ କାର୍ଯ୍ୟ କରାଯାଇଥିବା ତଦନ୍ତ ବେଳେ ଜଣା ପଡିଥିଲା । ତେବେ ସରକାରୀ ବାବୁଙ୍କୁ କାରଣ ଦର୍ଶାଅ ନୋଟିସ ମିଳିବାର ଦୁଇ ସପ୍ତାହ ପରେ ବି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ବିଜେପି ସରକାରୀ କର୍ମଚାରୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛି ।

ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ଆନ୍ଦୋଳନ କରାଯିବ ବୋଲି ପ୍ରଶାସନକୁ ବରିଷ୍ଠ ବିଜେପି ନେତା ବଳଦେବ ବେଦବାଗ ଧମକ ଦେଇଛନ୍ତି । ଅପରପକ୍ଷେ ଦୁର୍ନୀତିଗ୍ରସ୍ତ କୌଣସି କର୍ମଚାରୀ ବର୍ତ୍ତିବେ ନାହିଁ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜି ପ୍ରକାଶ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.