ETV Bharat / state

ସୁବର୍ଣ୍ଣପୁରରେ ଯୁବ ବିଜେପିର ଆନ୍ଦୋଳନ - ଯୁବ ବିଜେପିର ଆନ୍ଦୋଳନ

ସୁବର୍ଣ୍ଣପୁର ସଦର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ । ପୌର ପରିଷଦର ବିଭିନ୍ନ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିବା ସହିତ ବିଭିନ୍ନ ଦାବି ନେଇ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଲେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ଯୁବ ବିଜେପିର ଆନ୍ଦୋଳନ
ସୁବର୍ଣ୍ଣପୁରରେ ଯୁବ ବିଜେପିର ଆନ୍ଦୋଳନ
author img

By

Published : Jun 24, 2022, 6:23 PM IST

Updated : Jun 24, 2022, 6:40 PM IST

ସୁବର୍ଣ୍ଣପୁର: ଜିଲ୍ଲା ଯୁବ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ସଦର ପୌର ପରିଷଦର ବିଭିନ୍ନ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିବା ସହିତ ବିଭିନ୍ନ ଦାବି ନେଇ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ।

ସୁବର୍ଣ୍ଣପୁରରେ ଯୁବ ବିଜେପିର ଆନ୍ଦୋଳନ

ସୂଚନା ଅନୁସାରେ ମୌସୁମୀର ପ୍ରଥମ ବର୍ଷାରେ ବଡବଜାରରେ ପ୍ରାୟ ଦେଢଫୁଟ ପାଣି ଚାଲିଥିବା ବେଳେ ଡ୍ରେନ ସଫା କରାଯାଇ ନଥିବାରୁ ଏଭଳି ହୋଇଥିବା ଅଭିଯୋଗ କରିଛି ବିଜେପି । ତୁରନ୍ତ ସହରର ସମସ୍ତ ଡ୍ରେନ ସଫା କରିବା ସହିତ ବସଷ୍ଟାଣ୍ଡର ଉନ୍ନତି କରଣ ପାଇଁ ଦାବି କରିଛି ଦଳ । ଏହା ସହିତ ବିଭିନ୍ନ ସ୍ଥାନରେ ତିଆରି ହୋଇଥିବା ଦୋକାନ ଗୃହ ଗୁଡିକୁ ଶିକ୍ଷିତ ବେକାରୀମାନଙ୍କୁ ଲଟେରୀ ମାଧ୍ୟମରେ ବଣ୍ଟନ କରିବା ପାଇଁ ବିଜେପି ଦାବି କରିଛି । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ଯୁବମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Jun 24, 2022, 6:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.