ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଏଥିରେ ଯୋଗଦେଇ ଭର୍ଚ୍ୟୁଆଲ ରାଲି ସମ୍ପର୍କରେ ଉପସ୍ଥିତ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ।
ଆଗାମୀ 26 ତାରିଖରେ ବିରମହରାଜପୁର ଓ 30 ତାରିଖରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭର୍ଚ୍ୟୁଆଲ ରାଲି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସଭାପତି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଜନହିତକାର ଓ ଲୋକ କଲ୍ୟାଣ ଯୋଜନା ଗୁଡିକର ସଫଳତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଏହି ରାଲିର ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ମହାମାରୀ କୋରୋନା ପାଇଁ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ରାଲି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ରିପୋର୍ଟ କାର୍ଡ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ମୂଳ ଲକ୍ଷ୍ୟ ବୋଲି ବିଜେପି ସଭାପତି କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ