ETV Bharat / state

ସୁରୁବାଲି ଯୋର ପ୍ରକଳ୍ପ ନିର୍ମାଣ ଦାବି କଲା BJP - ଜଳସେଚନ ପ୍ରକଳ୍ପ ନିର୍ମାଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅନେକ ନେତା, ମନ୍ତ୍ରୀ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବାରମ୍ବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି । ମାତ୍ର ପ୍ରକଳ୍ପ ନିର୍ମାଣ କରାଯାଉ ନ ଥିବାରୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଅଧିକ ପଢନ୍ତୁ

ସୁରୁବାଲି ଯୋର ପ୍ରକଳ୍ପ ନିର୍ମାଣ ଦାବି କଲା ବିଜେପି

author img

By

Published : May 26, 2022, 2:16 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ପୁଣି ତେଜିଲା ସୁରୁବାଲି ଯୋର ଜଳସେଚନ ପ୍ରକଳ୍ପ ନିର୍ମାଣ । ବୀରମହାରାଜପୁର ଉପଖଣ୍ଡର ସୁରୁବାଲି ଯୋର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପୁଣି ଦାବି କରିଛି BJP । ଖରିଫ ଋତୁରେ ମଧ୍ୟ ଚାଷ ଜମି ମରୁଡିର ସମ୍ମୁଖୀନ ହେଉଛନ୍ତି । ସୁବଳୟା, ପିତାମହୁଲ, କମିରା ଓ ଜଟେସିଂହା ପଞ୍ଚାୟତର ଚାଷୀମାନେ ବାରମ୍ବାର ଏହି ପ୍ରକଳ୍ପ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁ ନାହିଁ ।

ସୁରୁବାଲି ଯୋର ପ୍ରକଳ୍ପ ନିର୍ମାଣ ଦାବି କଲା ବିଜେପି

ସୂଚନା ଅନୁସାରେ, ଅଣଜଳସେଚିତ ଏହି ଅଞ୍ଚଳରେ ଚାଷୀମାନେ ବର୍ଷ ତମାମ ଗୋଟିଏ ଫସଲ ଠିକ୍‌ ଭାବେ ଉତ୍ପାଦନ କରି ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅନେକ ନେତା, ମନ୍ତ୍ରୀ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବାରମ୍ବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି । ମାତ୍ର ପ୍ରକଳ୍ପ ନିର୍ମାଣ କରାଯାଉ ନ ଥିବାରୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।

ଏହି ଅଞ୍ଚଳର ବୁଟୁଖମନ, ଡୁଲେଶ୍ବର, ଆମ୍ବଶରଭଟା, ଧଉରାଖମନ, ବୁରୋମାଲ ଆଦି ଗାଁ ଗୁଡିକର ଚାଷୀମାନେ ନିଜ ଉଦ୍ୟମରେ ଡିଜେଲ ପାଣିପମ୍ପ ଲଗାଇ ଚାଷ ଜମିକୁ ଜଳସେଚିତ କରୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସୁରୁବାଲି ଯୋର ପ୍ରକଳ୍ପ ନିର୍ମାଣ କରିବା ପାଇଁ ପଦକ୍ଷେପ ନେବାକୁ ବିଜେପି ନେତା ବଳଦେବ ବେଦବାଗ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.