ETV Bharat / state

ଗୋଟିଏ ମାସରେ 2ଟି ଗୁଳିକାଣ୍ଡ, ଅଭିଯୁକ୍ତର ଟେର ପାଉନି ପୋଲିସ

author img

By

Published : Apr 1, 2021, 5:29 PM IST

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡରେ ଗୋଟିଏ ମାସରେ ଦୁଇ ଦୁଇଟି ଗୁଳିକାଣ୍ଡ ହୋଇଛି । ପୋଲିସ ଗୋଟିଏ ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳତା ପାଇଥିବା ବେଳେ ଅନ୍ୟ ଏକ ଘଟଣାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ପାରିନାହିଁ । ଅଧିକ ପଢନ୍ତୁ...

ଗୁଳିକାଣ୍ଡ ଅଭିଯୁକ୍ତର ଟେର ପାଉ ନାହିଁ ପୋଲିସ
ଗୁଳିକାଣ୍ଡ ଅଭିଯୁକ୍ତର ଟେର ପାଉ ନାହିଁ ପୋଲିସ

ସୁବର୍ଣ୍ଣପୁର: ବିରମହାରାଜପୁର ଉପଖଣ୍ଡରେ ଗୋଟିଏ ମାସରେ ଦୁଇ ଦୁଇଟି ଗୁଳିକାଣ୍ଡ ହୋଇଛି । ପୋଲିସ ଗୋଟିଏ ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳତା ପାଇଥିବା ବେଳେ ଅନ୍ୟ ଏକ ଘଟଣାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ପାରିନାହିଁ ।

ଗୁଳିକାଣ୍ଡ ଅଭିଯୁକ୍ତର ଟେର ପାଉ ନାହିଁ ପୋଲିସ

ଗତ ମାସ 24 ତାରିଖରେ ବିରମହରାଜପୁର ଉପଖଣ୍ଡର ଆମସରଭଟ୍ଟା ଛକ ଠାରେ କାସଲପୁର ଗାଁର ଚକ୍ରଧର ପାତ୍ର ଅଡାଲ ଗାଁର ଭୁବନ ପ୍ରଧାନ ଉପରକୁ ଗୁଳି କରିଥିଲେ । ଚକ୍ରଧର ଗୁଳିକାଣ୍ଡ ଘଟାଇ ଫେରାର ମାରିଥିବା ବେଳେ ଗୁଳି ଚଳାଇଥିବା ବନ୍ଧୁକ ଜବତ ହୋଇପାରି ନାହିଁ କି ଅଭିଯୁକ୍ତ ଚକ୍ରଧରକୁ ଗିରଫ କରିପାରି ନାହିଁ ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଦୁଇଟି ପୋଲିସ ଦଳ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ କରି ବିଫଳ ହୋଇଛନ୍ତି । ହେଲେ ତୁରନ୍ତ ଏଦିଗରେ ସଫଳତା ମିଳିବ ବୋଲି ପୋଲିସ ଆଶା କରୁଛି । ଗତ ମାସ 6 ତାରିଖରେ ଟିକିରାପଡା ଗୁଳିକାଣ୍ଡର ଅଭିଯୁକ୍ତ ମୂରଲୀ ମେହେରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆମସରଭଟ୍ଟା ଗୁଳିକାଣ୍ଡର ଅଭିଯୁକ୍ତ ଚକ୍ରଧର ପାତ୍ରକୁ ପୋଲିସ ଖୋଜୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.