ETV Bharat / state

ସୁବର୍ଣ୍ଣପୁରରେ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ - bank

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବ୍ୟାଙ୍କ କର୍ମଚାରୀ ମାନେ ଆନ୍ଦୋଳନ କରିଛନ୍ତି । ବ୍ୟାଙ୍କଗୁଡ଼ିକର ଫାଟକରେ ତାଲା ପକାଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ
ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ
author img

By

Published : Mar 15, 2021, 1:51 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଆଜି ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି । ବ୍ୟାଙ୍କ ଘରୋଇକରଣ ପ୍ରତିବାଦରେ କର୍ମଚାରୀ ମାନେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦ୍ର ସରକାରଙ୍କ ବିତ୍ତ ବିଭାଗ କିଛି ବ୍ୟାଙ୍କ ଘରୋଇକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି ।ଏହାର ପ୍ରତିବାଦ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କ ଘରୋଇକରଣ ହେଲେ 1967 ମସିହାର ସମସ୍ୟା ପୁଣିଥରେ ମୁଣ୍ଡ ଟେକିବା ସହିତ ଜନସାଧାରଣ ବ୍ୟାଙ୍କିଙ୍ଗ ସୁବିଧାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି ।

ବ୍ୟାଙ୍କ ଘରୋଇକରଣ ପାଇଁ ବ୍ୟାଙ୍କ କର୍ମଚାରୀ ଚାକିରୀ ହରେଇବା ଆଶଙ୍କା କରିଛନ୍ତି । ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ ଡାକରା ଦେଇଛନ୍ତି । ବ୍ୟାଙ୍କଗୁଡ଼ିକର ଫାଟକରେ ତାଲା ପକାଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ସରକାର କର୍ମଚାରୀମାନଙ୍କ ଏହି ଦାବି ପୂରଣ ନ ହେଲେ ମିଳିତ ବ୍ୟାଙ୍କ ସଙ୍ଘ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.