ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ବାହୁଡା ଯାତ୍ରା - ବାହୁଡା ଯାତ୍ରା

ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣପୁରରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା । ସନ୍ଧ୍ୟାରେ ତିନି ବିଗ୍ରହଙ୍କ ଧାଡ଼ି ପହଣ୍ଡି କରାଯାଇ ସେମାନଙ୍କୁ ରଥାରୂଢ କରାଯାଇଛି । ଏହାପରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 13, 2019, 5:13 AM IST

ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣପୁରରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା । ଶୁକ୍ରବାର ସହରର ଶ୍ରୀଗୁଣ୍ଡିଚା ମନ୍ଦିରରୁ ମହାବାହୁ ବଡ ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିବାକୁ ବାହୁଡା ଯାତ୍ରାରେ ବାହାରିଛନ୍ତି । ସନ୍ଧ୍ୟାରେ ତିନି ବିଗ୍ରହଙ୍କ ଧାଡ଼ି ପହଣ୍ଡି କରାଯାଇ ସେମାନଙ୍କୁ ରଥାରୂଢ କରାଯାଇଛି । ଏହାପରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ।

ଭିିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ରୀତି ଅନୁଯାୟୀ ମନ୍ଦିରରୁ ବାହାରିବା ପରେ ବିଗ୍ରହମାନଙ୍କୁ ଛପନ ଭୋଗ ଦିଆଯାଇଥିଲା । ଭୋଗ ପରେ ସନ୍ଧ୍ୟା ଆରତୀ କରାଯାଇ ବିଗ୍ରହମାନଙ୍କୁ ପହୁଣ୍ଡି କରାଯାଇଥିଲା । ତେବେ ପାତାଳୀ ଶ୍ରୀକ୍ଷେତ୍ରରେ ରହିଥିବା ନିଆରା ପରମ୍ପରା ଅନୁଯାୟୀ ପ୍ରତିଟି ଦୁଆରରେ ତିନି ବିଗ୍ରହଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ବିଗ୍ରହମାନଙ୍କୁ ରଥାରୂଢ କରିଥିଲେ ।

ରଥ ଉପରେ ଭକ୍ତମାନେ ନିଜ ନିଜର କୁନି ପିଲାମାନଙ୍କୁ ରଥଛୁଆଁ କାର୍ଯ୍ୟ କରିଥିଲେ । ରାଜା ରାଜୁଡା ଅମଳରୁ ଶ୍ରଦ୍ଧାଳୁମାନେ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରେ ରଥଛୁଆଁ ପର୍ବ ପାଳନ କରି ଆସୁଛନ୍ତି । ସହରରେ ପାଳିତ ହେଉଥିବା ବାର ଦିନର ଏହି ରଥଯାତ୍ରାରେ ବାହୁଡ଼ାର ଦୁଇ ଦିନ ଯାଏଁ ରଥଟଣା କାର୍ଯ୍ୟ ସମ୍ପାଦନ କରାଯିବାର ବିଧି ରହିଆସିଛି ।

ତେଣୁ ଶନିବାର ଓ ରବିବାର ଯାଏଁ ରଥଟଣା କାର୍ଯ୍ୟ ସମ୍ପାଦନ କରାଯିବ । ଏଥିପାଇଁ ଦେବୋତ୍ତର ବିଭାଗ ଓ ଯାତ୍ରା କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଗାମୀ ଦୁଇ ଦିନ ରଥଟଣା କାର୍ଯ୍ୟ ପାଇଁ ୱେସ୍କୋ ଓ ଜିଲ୍ଲା ପୋଲିସ ପ୍ରଶାସନକୁ ଆବଶ୍ୟକୀୟ ସହଯୋଗ କରିବାକୁ ଦେବୋତ୍ତର ବିଭାଗ ପକ୍ଷରୁ ଅନୁରୋଧ ମଧ୍ୟ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ପାତାଳୀ ଶ୍ରୀ କ୍ଷେତ୍ର ଭାବେ ପରିଚିତ ସୁବର୍ଣପୁରର ଶ୍ରୀ ବଡ ଜଗନ୍ନାଥ ଙ୍କ ବାହୁଡା ଯାତ୍ରା ଆରମ୍ଭ ହୋଇଛି। ଆଜି ସହରର ଶ୍ରୀ ଗୁଣ୍ଡିଚା ଗୁଡିରୁ ଶ୍ରୀ ବଡ ଜଗନ୍ନାଥ ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ସହିତ ସ୍ବ ମଂଦିର ପ୍ରତ୍ୟା ଵର୍ତନ ବାହୁଡା ଯାତ୍ରାରେ ବାହାରିଛନ୍ତି। ଆଜି ସନ୍ଧ୍ୟାରେ ତିନି ବିଗ୍ରହଙ୍କ ଧାଡ଼ି ପହଣ୍ଡି କରା ଯାଇ ରଥାରୂଢ କରାଯାଇଛି।ପାରମ୍ପରିକ ରୀତିନୀତି ରେ ଶ୍ରୀ ଗୁଣ୍ଡିଚା ଗୁଡ଼ିରୁ ତିନି ବିଗ୍ରହ ବାହାରି ରଥାରୂଢ ହୋଇଛନ୍ତି। ମନ୍ଦିରରୁ ବାହାରିବା ପରେ ବିଗ୍ରହ ମାନଙ୍କୁ ଉପନ ଭୋଗ ଦିଆ ଯାଇଥିଲା। ସନ୍ଧ୍ୟା ଆରତୀ ପରେ ବିଗ୍ରହ ମାନଙ୍କୁ ପହୁଣ୍ଡି କରା ଯାଇଥିଲା।Body:ପ୍ରତିଟି ଦୁଆରରେ ତିନି ବିଗ୍ରହଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସେବାୟତ ମାନେ ବିଗ୍ରହ ମାନଙ୍କୁ ରଥାରୂଢ କରିଥିଲେ। ରଥ ଉପରେ ଜନସାଧାରଣ ନିଜ ନିଜର ଛୋଟ ପିଲା ମାନଙ୍କୁ ରଥଛୁଆଁ କାର୍ଯ୍ୟ କରିଥିଲେ। ରାଜା ରାଜୁଡା ଅମଳରୁ ଶ୍ରଦ୍ଧାଳୁମାନେ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରେ ରଥଛୁଆଁ ପର୍ବ ପାଲନ କରି ଆସୁଛନ୍ତି।ସହରରେ ପାଳିତ ହେଉଥିବା ବାର ଦିନର ରଥଯାତ୍ରା ରେ ବାହୁଡ଼ାର ଦୁଇ ଦିନ ଯାଏଁ ରଥଟଣା କାର୍ଯ୍ୟ ସମ୍ପାଦନ କରାଯାଏ।Conclusion:ଆସନ୍ତାକାଲି ଓ ତହିଁ ପର ଦିନ ରଥଟଣା କାର୍ଯ୍ୟ ସମ୍ପାଦନ କରାଯିବ।ଏଥି ପାଇଁ ଦେବୋତ୍ତର ବିଭାଗ ଓ ଯାତ୍ରା କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଆଗାମୀ ଦୁଇ ଦିନ ରଥଟଣା କାର୍ଯ୍ୟ ପାଇଁ ୱେସ୍କୋ ଓ ଜିଲ୍ଲା ପୋଲିସ ପ୍ରଶାସନ କୁ ଆବଶ୍ୟକ ସହଯୋଗ କରିବାକୁ ଦେବୋତ୍ତର ବିଭାଗ ପକ୍ଷରୁ ଅନୁରୋଧ କରା ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.