ETV Bharat / state

ଆନ୍ଧ୍ରପ୍ରଦେଶରେ ପ୍ରବାସୀ ଯୁବତୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର - suspecious death

ଆନ୍ଧ୍ରପ୍ରଦେଶରେ ଓଡିଆ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକ ଆନ୍ଧ୍ରପ୍ରଦେଶର ଏକ ମାଛ ପ୍ରୋସେସିଂ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶରେ ପ୍ରବାସୀ ଯୁବତୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Aug 1, 2021, 9:05 PM IST

ସୁବର୍ଣ୍ଣପୁର: ଆନ୍ଧ୍ରପ୍ରଦେଶରେ ଓଡିଆ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଯୁବତୀଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗ୍ରାମରେ । ତାଙ୍କ ନାମ ପୂଜା କୁମ୍ଭାର । ସେ ଆନ୍ଧ୍ରପ୍ରଦେଶ ପୂର୍ବଗୋଦାବରୀସ୍ଥିତ କୋଠାପଲ୍ଲୀର ଏକ ମାଛ ପ୍ରୋସେସିଂ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

ଆନ୍ଧ୍ରପ୍ରଦେଶରେ ପ୍ରବାସୀ ଯୁବତୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗତ ୨୮ ତାରିଖରେ କମ୍ପାନୀର ମହିଳା ସେଲରେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେବେଠୁ ମୃତଦେହ ଡାକ୍ତରଖାନାରେ ପଡି ରହିଥିବାବେଳେ ସମ୍ବଳ ଅଭାବରୁ ଗାଁକୁ ମରଶରୀର ଆସିପାରୁନାହିଁ । ସେପଟେ ମୃତକଙ୍କ ପରିବାର ଲୋକେ ତାଙ୍କୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ସେହିପରି ଆର୍ଥିକ ଅସ୍ବଚ୍ଛଳ ପରିବାର ଲୋକେ ମୃତଦେହ ଗାଁକୁ ଆଣିବାକୁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗକୁ ଗୁହାରି କରିଛନ୍ତି । ଜିଲ୍ଲା ବିଜେପି ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ମରଶରୀର ଗାଁକୁ ଆଣିବା ଏବଂ ମୃତକ ପରିବାରର ଭରଣପୋଷଣ ପାଇଁ ଆର୍ଥିକ ସହୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛି । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଏଭଳି ଦୁଃଖ ଯନ୍ତ୍ରଣା ଯେପରି ନିତିଦିନିଆ ଘଟଣାରେ ପରିଣତ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.