ETV Bharat / state

Tarabha NACରେ ଫେଲ ମାରିଛି କର୍ମ ତତ୍ପର ଯୋଜନା !

author img

By

Published : Nov 29, 2021, 7:46 PM IST

ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ରେ ତିଆରି ଜଳ ଅମଳ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Tarabha NAC
Tarabha NAC

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ (NAC Office Tarbha ) ରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (Mukhyamantri Karma Tatpar Scheme)ରେ ତିଆରି ଜଳ ଅମଳ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

Tarabha NAC; ସରକାରୀ ପ୍ରକଳ୍ପର ଚାଲିଛି ମନ ଇଚ୍ଛା କାମ; ଦୂର୍ନୀତିକୁ ପଚାରେ କିଏ?

କର୍ମତତ୍ପର ଯୋଜନାରେ ସକ୍ରିୟ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେବା ବଦଳରେ ଠିକାଦାର ଲଗାଇ ପ୍ରକଳ୍ପ ଗୁଡିକ ତିଆରି କରାଯାଉଛି । 20 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ 32 ଗୋଟି ପ୍ରକଳ୍ପ ତିଆରି ପାଇଁ ନିର୍ଦ୍ଦେଶ ଥିବା ବେଳେ ଏଯାଏଁ 21 ଗୋଟି ପ୍ରକଳ୍ପ ତିଆରି କାର୍ଯ୍ୟ ଶେଷ ହୋଇଛି ।

ହେଲେ ପ୍ରକଳ୍ପ ସବୁ ତିଆରି ଶେଷ ନ ହେଉଣୁ ତିଆରି ହୋଇଥିବା ପ୍ରକଳ୍ପ ମାଟିରେ ମିଶିଯାଇଥିବା ଦେଖିବାକୁ ମିଳିଛି । ଏପରିକି ଆବଶ୍ୟକ ଥିବା ସ୍ଥାନ ଗୁଡିକରେ ଏହି ପ୍ରକଳ୍ପ ତିଆରି କରାଯାଇ ନ ଥିବା ବେଳେ ପ୍ରକଳ୍ପ ଗୁଡିକରେ ଜଳଧାରଣ କ୍ଷମତା ନଥିବା ଜଣାପଡିଛି ।

ପ୍ରକଳ୍ପର ଉଦ୍ଦେଶ୍ୟ ହେଲା ସହରବାସୀ ବ୍ୟବହାର କରୁଥିବା ପାଣି ଯାଇ ଏହି ପ୍ରକଳ୍ପରେ ପଡିଲେ ଭୂତଳ ଜଳ ସଂରକ୍ଷଣ (Ground water Storage) ହୋଇ ପାରିବ । ହେଲେ ଏହି ଯୋଜନା ଫେଲ ମାରିଥିବା ବେଳେ ପ୍ରକଳ୍ପ ଅନୁଦାନ ଠିକାଦାର ଓ NAC କର୍ତ୍ତୃପକ୍ଷ ନିଜ ଇଛାରେ ସରକାରୀ ଅନୁଦାନ ଖର୍ଚ୍ଚ କରୁଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି ।

ଏ ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଏହି ପ୍ରକଳ୍ପର ଅନିୟମିତତା ଉପରେ କାର୍ଯ୍ୟାନୁଷ୍ଠାନ ନ ନେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଦଳ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.