ETV Bharat / state

ସୁବର୍ଣ୍ଣପୁରରେ ନାହିଁ ଶୀତଳ ଭଣ୍ଡାର, ନିଜ ହାତରେ ଫସଲ ଫୋପାଡୁଛି ଚାଷୀ

author img

By

Published : Oct 1, 2021, 4:54 PM IST

କୃଷି ବହୁଳ ସୁବର୍ଣ୍ଣପୁର ଜିଲ୍ଲାରେ ନଷ୍ଟ ହେଉଛି କୃଷି ଉତ୍ପାଦିତ ଦ୍ରବ୍ୟ। ଚାଷୀ ତଥା ବ୍ୟବସାୟୀ କୃଷି ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ନପାରି ଫୋଫଡ଼ି ଦେଉଥିବା ଅଭିଯୋଗ ହେଉଛି। ଶୀତଳ ଭଣ୍ଡାର ନଥିବାରୁ ମହଜୁଦକାରୀ କୃଷି ଦ୍ରବ୍ୟ ସଂରକ୍ଷିତ ରଖି ନପାରି କ୍ଷତି ସହୁଛନ୍ତି। ଅଧିକ ପଢନ୍ତୁ...

ଶୀତଳ ଭଣ୍ଡାର ନଥିବାରୁ କୃଷି ଉତ୍ପାଦିତ ଦ୍ରବ୍ୟ ନଷ୍ଟ ଅଭିଯୋଗ, କ୍ଷତିରେ ଚାଷୀ

ସୁବର୍ଣ୍ଣପୁର: କୃଷି ବହୁଳ ସୁବର୍ଣ୍ଣପୁର ଜିଲ୍ଲାରେ ନଷ୍ଟ ହେଉଛି କୃଷି ଉତ୍ପାଦିତ ଦ୍ରବ୍ୟ। ଚାଷୀ ତଥା ବ୍ୟବସାୟୀ କୃଷି ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ନପାରି ଫୋପାଡ଼ି ଦେଉଥିବା ଅଭିଯୋଗ ହେଉଛି। ମହଜୁଦକାରୀ କୃଷି ଦ୍ରବ୍ୟ ସଂରକ୍ଷିତ ରଖି ନପାରି କ୍ଷତି ସହୁଛି ଚାଷୀ। ତେବେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଶୀତଳ ଭଣ୍ଡାର ପ୍ରତିଷ୍ଠା ପ୍ରତିଶୃତିରେ ହିଁ ରହି ଯାଇଛି ।

ଜିଲ୍ଲାରେ ଏତେ ପରିମାଣର କୃଷି ଜାତ ଦ୍ରବ୍ୟ ଉତ୍ପାଦିତ ହୁଏ ଯେ ଜିଲ୍ଲାକୁ ଓଡିଶାର ଭାତହାଣ୍ଡି ବୋଲି କୁହାଯାଏ । ଖାଲି ଧାନ କାହିଁକି, ଅଣଧାନ ଫସଲ ଯେପରିକି ଡାଲି ଜାତୀୟ ଶସ୍ୟ ଓ ତୈଳବୀଜ ଜାତୀୟ ଶସ୍ୟ ଉତ୍ପାଦନରେ ବି ବେଶ ଆଗୁଆ ରହିଛି । ଏବେ ପକ୍ଷୀ ପାଳନ, ପଶୁପାଳନ, ମତ୍ସ୍ୟ ଚାଷ ଆଦିରେ ବି ଜିଲ୍ଲା ନିଜର ଆବଶ୍ୟକତା ମେଣ୍ଟାଇବା ସହିତ ପଡୋଶୀ ଜିଲ୍ଲା ଓ ବାହାର ରାଜ୍ୟକୁ ଖାଦ୍ୟ ପଦାର୍ଥ ରପ୍ତାନୀ କରାଯାଉଛି ।

ତେବେ କୃଷିଜାତ ଦ୍ରବ୍ୟ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାରେ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ସରକାରୀ ଭାବେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଗଲେ ପନିପରିବା ଚାଷୀ ଓ ବ୍ୟବସାୟୀମାନେ ନିଜ କୃଷି ଉତ୍ପାଦିତ ଦ୍ରବ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରଖିପାରିବେ ଓ ତାହା ବିକ୍ରି କରି ଲାଭାବାନ ହୋଇପାରିବେ । ତେବେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଅନେକ ବର୍ଷ ହେଲା ଦାବି ହୋଇ ଆସୁଛି । ପୂର୍ବତନ କୃଷିମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପାଖରେ ବି ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା । ସ୍ବର୍ଗତ ମନ୍ତ୍ରୀ ବି ଜିଲ୍ଲାର ଚାଷୀମାନଙ୍କୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଥିଲେ ।

ହେଲେ ଇତିମଧ୍ୟରେ ପୁଣି ୫ ବର୍ଷରୁ ଅଧିକ ବିତିଯାଇଥିଲେ ବି ଶୀତଳ ଭଣ୍ଡାର ପ୍ରତିଷ୍ଠା ଦିଗରେ କିଛି ପଦକ୍ଷେପ ନିଆଯାଇ ପାରିନାହିଁ । ଏବେ କୃଷି ଓ କୃଷକର ଉନ୍ନତି ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ଦାବି ହେଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଚାଷୀମାନେ ଆଶାବାଦୀ ଅଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.