ETV Bharat / state

5 ମାସ ହେଲା ବାହାରେ ବୁଲୁଛି ଗୁଳିକାଣ୍ଡ ଅଭିଯୁକ୍ତ, ଟେର୍ ପାଉନି ପୋଲିସ

ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଥାନା ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡର ଅଭିଯୁକ୍ତ ୫ ମାସ ଧରି ବାହାରେ ବୁଲୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଗୁଳିକାଣ୍ଡର ଅଭିଯୁକ୍ତ 5 ମାସ ଧରି ବାହାରେ ବୁଲୁଥିବା ଅଭିଯୋଗ

author img

By

Published : Aug 19, 2021, 2:59 PM IST

ସୁବର୍ଣ୍ଣପୁର: ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଛକରେ ହୋଇଥିବା ଗୁଳିକାଣ୍ଡର ଅଭିଯୁକ୍ତକୁ ପୋଲିସ ଏ ଯାଏଁ ଗିରଫ କରିପାରିନାହିଁ । ଆଜକୁ ୫ ମାସ ହେଲା ଅଭିଯୁକ୍ତ ଗୁଳି ଫୁଟାଇ ଜଣକୁ ଆହତ କରି ବାହାରେ ବୁଲୁଥିବା ଅଭିଯୋଗ ହୋଇଛି ।

ଗୁଳିକାଣ୍ଡର ଅଭିଯୁକ୍ତ 5 ମାସ ଧରି ବାହାରେ ବୁଲୁଥିବା ଅଭିଯୋଗ

ଗତ 24 ମାର୍ଚ୍ଚ 2021 ମସିହାରେ ଟଙ୍କା କରଜକୁ ନେଇ ଏହି ଗୁଳିକାଣ୍ଡ ହୋଇଥିଲା । ଅଡାଲ ଗାଁର ଜେସିବି ଡ୍ରାଇଭର ପ୍ରଭଞ୍ଜନ ପଧାନ କାସଲପୁର ଗାଁର ଚକ୍ରଧର ପାତ୍ରଙ୍କ ପାଖରୁ ଦେଢ ଲକ୍ଷ ଟଙ୍କା ଧାର ଆଣିଥିଲା । ଦୀର୍ଘ ଦିନ ବିତିଯିବା ପରେ ଚକ୍ରଧର ଧାର ଟଙ୍କା ପ୍ରଭଞ୍ଜନକୁ ଫେରାଇବା ପାଇଁ କହିବାରୁ ଦୁହିଁଙ୍କ ଭିତରେ ବଚସା ହୋଇଥିଲା । ଚକ୍ରଧର ରାଗିଯାଇ ଜେସିବି ଡ୍ରାଇଭର ପ୍ରଭଞ୍ଜନ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ମାରିଥିଲା ।

ସୁବଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତକୁ ସୁବଳୟା ଡାକ୍ତରଖାନାରେ ଚିକିତ୍ସା କରିବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ଘଟଣାର ୫ ମାସ ପରେ ବି ଅଭିଯୁକ୍ତ ଚକ୍ରଧର ପୋଲିସ ହାତକୁ ଆସି ପାରିନାହିଁ । ତେବେ ଅସାମାଜିକ ଲୋକେ ଜିଲ୍ଲାରେ ଘଟଣା ଘଟାଇ ଫେରାର ମାରୁଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ ଓ ଅଭିଯୁକ୍ତ ବାହାରେ ଆରାମରେ ବୁଲାବୁଲି କରୁଥିବା ଅଭିଯୋଗ ହେଉଛି ।

ଅପରପକ୍ଷରେ ଏହି ଘଟଣାର ଅଭିଯୁକ୍ତ ଚକ୍ରଧରକୁ ଗିରଫ କରିବା ପାଇଁ ପୋଲିସ ଟିମ ଗଠନ କରାଯାଇଥିବା ବେଳେ ଗିରଫ କରିବା ଚେଷ୍ଟା ଚାଲିଛି ବୋଲି ଚିରାଚରିତ ଢଙ୍ଗରେ କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.