ETV Bharat / state

ଆଦିବାସୀ ସମ୍ପ୍ରଦାୟର କୃଷିଭିତ୍ତିକ ପର୍ବ 'କରମସାନୀ' - କରମସାନୀ

ଆରମ୍ଭ ହୋଇଛି କରମା ପର୍ବ । ମାଦଳ ଓ ଢୋଲର ତାଳେ ତାଳେ କରମା ଗୀତ ଗାଇ ପାରମ୍ପପାରିକ ରୀତିନୀତିରେ ପୂଜା ଆରାଧନା କରିଥାନ୍ତି ଆଦିବାସୀ ସମ୍ପ୍ରଦାୟ ।

ଡିଜାଇନ ଫଟୋ
author img

By

Published : Sep 6, 2019, 2:58 PM IST

ସୁବର୍ଣ୍ଣପୁର: ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀ ସମ୍ପ୍ରଦାୟର ପ୍ରମୁଖ କରମା ପର୍ବ । ସୁବର୍ଣ୍ଣପୁର ସହରର ଚମାରପଡାଠାରେ ଆଦିବାସୀମାନେ ବଡ ଧୁମଧାମରେ କରମା ପର୍ବ ପାଳନ କରିଥାନ୍ତି । ମାଦଳ ଓ ଢୋଲର ତାଳେ ତାଳେ କରମା ଗୀତ ଗାଇ ପାରମ୍ପାରିକ ରୀତିନୀତିରେ ପୂଜା ଆରାଧନା କରିଥାନ୍ତି ଆଦିବାସୀ ସଂପ୍ରଦାୟ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ କରମା ବ୍ରତୀମାନେ ପୋଖରୀରୁ ବାଲି କାଢି ଆଣି ସେଥିରେ ସାତ ପ୍ରକାରର ଶସ୍ୟକୁ ଗଜା କରୁଥିବା ଦେଖାଯାଏ। ପରେ ସମ୍ପୂର୍ଣ୍ଣ ରୀତିନୀତିରେ ପୂଜା ଆରାଧନା କରିବା ସହ ବାଲି କାଢିଆଣି ଘରେ ସ୍ଥାପନ କରିଥାନ୍ତି ।

ସାତ ପ୍ରକାର ଶସ୍ୟ ଦେଇ ପ୍ରସ୍ତୁତ କରାଯାଇଥିବା ଜୁଆକୁ ଆଗାମୀ ଦଶମୀ ତିଥି ଯାଏଁ ଘରେ ରଖି ପୂଜା ଆରାଧନା କରାଯାଏ । ଏହାପରେ ଏହାକୁ ଏକାଦଶୀ ତିଥିରେ ପୂଜା ମଣ୍ଡପକୁ ଅଣାଯାଏ । କରମା ଡାଳ ସହିତ ପ୍ରସ୍ତୁତ ସାତ ପ୍ରକାର ଶସ୍ୟର ଜୁଆକୁ ପୂଜା ମଣ୍ଡପରେ ରଖି କରମା ପୂଜା କରିବା ସହିତ ରାତି ତମାମ ନାଚଗୀତର ଆସର ଜମେ । ଆଦିବାସୀ ସଂପ୍ରଦାୟର ମହିଳା ଓ ପୁରୁଷମାନେ ଏକାଦଶୀ ତିଥି ରାତିରେ କରମା ନାଚଗୀତ କରିବା ପରମ୍ପରା ବେଶ ପୁରୁଣା । କୃଷି ଭିତ୍ତିକ ଏହି ପର୍ବରେ କରମା ଦେବୀ ସନ୍ତୁଷ୍ଟ ହେଲେ ଅପୁତ୍ରୀକରଙ୍କୁ ପୁତ୍ରଦାନ ହେବା ସହ ଧନ ଜନ ଗୋପଲକ୍ଷ୍ମୀ ପ୍ରାପ୍ତି ହୁଏ ବୋଲି ଆଦିବାସୀମାନଙ୍କର ବିଶ୍ବାସ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ସହରର ଚମାରପଡାଠାରେ ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀ ସଂପ୍ରଦାୟର ପ୍ରମୁଖ କରମା ପର୍ବ ।ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ କରମା ବ୍ରତୀମାନେ ପୋଖରୀରୁ ବାଲି କାଢି ଆଣି ସେଥିରେ ସାତ ପ୍ରକାରର ଶସ୍ୟ କୁ ଗଜା କରିଛନ୍ତି ।ମାଦଳ ତାଳ ସହିତ କରମା ଗୀତ ବୋଲି ପାରଂପାରିକ ରୀତିନୀତିରେ ପୂଜା ଆରାଧନା କରି ବାଲି କାଢି ଆଣି ଘରେ ସ୍ଥାପନ କରିଛନ୍ତି ।ସାତ ପ୍ରକାର ଶସ୍ୟ ଦେଇ ପ୍ରସ୍ତୁତ କରାଯାଇଥିବା ଜୁଆକୁ ଆଗାମୀ ଦଶମୀ ତିଥି ଯାଏଁ ଘରେ ରଖି ପୂଜା ଆରାଧନା କରିବା ପରେ ଏକାଦଶୀ ତିଥିରେ ପୂଜା ମଣ୍ଡପକୁ ଆଣିବେ ।କରମା ଡାଳ ସହିତ ପ୍ରସ୍ତୁତ ସାତ ପ୍ରକାର ଶସ୍ୟର ଜୁଆକୁ ପୂଜା ମଣ୍ଡପରେ ରଖି କରମା ପୂଜା କରିବା ସହିତ ରାତି ତମାମ ନାଚଗୀତର ଆସର କରିବେ ।ଆଦିବାସୀ ସଂପ୍ରଦାୟର ମହିଳା ଓ ପୁରୁଷମାନେ ଏକାଦଶୀ ତିଥି ରାତିରେ କରମା ନାଚଗୀତ କରିବା ପରଂପରା ବେଶ ପୁରୁଣା ।Body:।କୃଷି ଭିତ୍ତିକ ଏହି ପର୍ବରେ କରମା ଦେବୀ ସନ୍ତୁଷ୍ଟ ହେଲେ ଅପୁତ୍ରୀକର ପୁତ୍ରଦାନ ହେବା ସହିତ ଧନ ଜନ ଗୋପ ଲକ୍ଷ୍ମୀ ପ୍ରାପ୍ତି ହୁଏ ବୋଲି ଆଦିବାସୀମାନଙ୍କର ବିଶ୍ବାସ ରହିଛି ।
Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.