ସୁବର୍ଣ୍ଣପୁର: ଜିଲ୍ଲାର ବିରାମହାରାଜପୁର ଥାନା ବିରମହାରାଜପୁର-ସମ୍ବଲପୁର ରାସ୍ତାର ମହଦା ଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ମହଦା ଗାଁର 62 ବର୍ଷୀୟା କଳାବତୀ ଭୋଇ ।
ଗାଁ ନଳକୂପକୁ ପାଣି ନେଇ ଆସୁଥିବା ବେଳେ ବିରମହାରାଜପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ଆରୋହୀ ବୃଦ୍ଧାଙ୍କୁ ଧକ୍କା ଦେଇଥିଲେ । ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇ ଯାଇଥିଲା । ବାଇକ ଆରୋହି ମଧ୍ୟ ବାଇକରୁ ଛିଟିକି ପଡ଼ିଥିଲେ । ତାଙ୍କ ଅବସ୍ଥା ମଧ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କାରାଯାଇଛି । ବାଇକ ଆରୋହି ଲିମ୍ବପାଲି ଗାଁର ପଦ୍ମନ ପ୍ରଧାନ ବୋଲି ଜଣାପଡ଼ିଛି ।
ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିରାମହାରାଜପୁର ଆଇ.ଆଇ.ସି, ଏସ.ଡି.ପି.ଓଙ୍କ ସମେତ ଏମଭିଆଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଗାଁ ଲୋକେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ