ETV Bharat / state

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ଶୋକସଭା

author img

By

Published : Sep 1, 2020, 2:55 PM IST

ସୋମବାର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଘଟିଛି । ଏନେଇ ସବୁ ମହଲରୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି । ଅଧିକ ପଢନ୍ତୁ...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ଶୋକସଭା ଆୟୋଜିତ

ସୁବର୍ଣ୍ଣପୁର: ସହରର କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଦେଶର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି । ନଗର ସଭାପତି ସୁଧୀର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ଏହି ଶୋକ ସଭାରେ ନିଜକୁ ସାମିଲ କରି ଦିବଙ୍ଗତ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ।

କଂଗ୍ରେସ କର୍ମୀମାନେ ପର୍ଯ୍ୟାୟ କ୍ରମେ ସମ୍ମିଳନୀ କକ୍ଷକୁ ପ୍ରବେଶ କରି ଦିବଙ୍ଗତ ରାଷ୍ଟ୍ରପତିଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହି ଶୋକ ସଭାରେ ଜିଲ୍ଲାର ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକଙ୍କ ସମେତ ବହୁ ପୁରୁଖା ନେତା ସାମିଲ ହୋଇଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.